ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମ୍କୋର୍ଟ କ୍ଷୁବ୍ଧ: ଏସ୍ବିଆଇକୁ ଜବାବ ତଲବ – Kalinga News
[ad_1]
ବଣ୍ଡ୍ ନମ୍ବର ସାର୍ବଜନୀନ କରିନ କାହିଁକି?
ନୂଆଦିଲ୍ଳୀ: ଇଲେକ୍ଟୋରାଲ ବଣ୍ଡ୍ ବାବଦରେ ପୂର୍ଣ୍ଣାଙ୍ଗ ସୂଚନା ଦେବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ବାଧ୍ୟ। ବ୍ୟାଙ୍କକୁ ବଣ୍ଡ୍ ନମ୍ବର ମଧ୍ୟ ସାର୍ବଜନୀନ କରିବାକୁ ପଡ଼ିବ। ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ବଣ୍ଡ୍ ତଥ୍ୟ ସଂକ୍ରାନ୍ତ ସଂଶୋଧନ ଆବେଦନ ଉପରେ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟ ବଣ୍ଡ୍ ନମ୍ବର ଜାରି କରିବା ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଗତକାଲି ନିର୍ବାଚନ କମିସନଙ୍କ ଦ୍ବାରା ଜାରି ତଥ୍ୟରେ ବଣ୍ଡ୍ର ସ୍ବତନ୍ତ୍ର ନମ୍ବର ନଥିବାରୁ ସୁପ୍ରିମ୍କୋର୍ଟ ଆଜି ଏସ୍ବିଆଇକୁ ନୋଟିସ୍ ଜାରି କରିଛନ୍ତି। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ୍ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗୱାଇ, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ନିର୍ବାଚନ କମିସନଙ୍କ ଆବେଦନର ଶୁଣାଣି କରି ଏସ୍ବିଆଇକୁ ନୋଟିସ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏସ୍ବିଆଇ ବଣ୍ଡ୍ ନମ୍ବର ସୂଚନା ପ୍ରକାଶ କାହିଁକି କରିନାହିଁ, ସେ ବାବଦରେ ଜବାବ ଦେବାକୁ ହେବ। ମାର୍ଚ୍ଚ ୧୬ ତାରିଖ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ କମିସନଙ୍କଠାରୁ ମିଳିଥିବା ତଥ୍ୟକୁ ସ୍କାନ୍ କରି ଡିଜିଟାଇଜ୍ କରିବାକୁ କୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ମୂଳ କପି କମିସନଙ୍କୁ ଫେରାଇ ଦିଆଯିବ। ସ୍କାନ୍ ଓ ଡିଜିଟାଇଜେଡ୍ ଫାଇଲ୍ଗୁଡ଼ିକର ନକଲ କୋର୍ଟରେ ରଖି ମାର୍ଚ୍ଚ ୧୭ ସୁଦ୍ଧା ନିର୍ବାଚନ କମିସନଙ୍କ ୱେବସାଇଟରେ ଅପଲୋଡ୍ କରାଯିବ।
ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସ୍ବିଆଇ ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହୋଇଥିଲା ଏବଂ ମାର୍ଚ୍ଚ ୧୨ ସୁଦ୍ଧା ବିବରଣୀ ଦେବାକୁ ଏସ୍ବିଆଇକୁ କୋର୍ଟ କହିଥିଲେ ମାର୍ଚ୍ଚ ୧୫ ସୁଦ୍ଧା ଏହା ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ନିର୍ବାଚନ କମିସନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଏସ୍ବିଆଇ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଗତକାଲି ଜାରି ହୋଇଥିବା ତଥ୍ୟରେ ବଣ୍ଡ୍ର ସ୍ବତନ୍ତ୍ର ନମ୍ବର ନଥିବାରୁ କେଉଁ ବଣ୍ଡ୍ର ଅର୍ଥ କେଉଁ ଦଳକୁ ମିଳିଛି ତାହା ସ୍ପଷ୍ଟ ହୋଇନଥିଲା।
[ad_2]