ଆସନ୍ତାକାଲି ହେବ ବିଗ୍ ବସ୍-୧୭ର ଫାଇନାଲ, ପୁରସ୍କାର ରାଶି ସହ ବିଜେତାଙ୍କୁ ମିଳିବ ଏହି ଜିନିଷ – Kalinga News

[ad_1]
ମୁମ୍ବାଇ: ଆସନ୍ତାକାଲି ଟିଭିର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ସୋ’ ବିଗ୍ ବସ୍ ୧୭ ଫାଇନାଲ। ଏହି ସୋ’ରେ ଏବେ ଟପ୍ -୫ ପ୍ରତିଯୋଗୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ହି ହେବେ ବିଜେତା। ତେବେ ଆପଣ ଜାଣନ୍ତି କି ସୋ’ର ବିଜେତାଙ୍କୁ କେତେ ପୁରସ୍କାର ରାଶି ମିଳିବ? ଏଥର ପୁରସ୍କାର ରାଶି ସହିତ ବିଜେତାଙ୍କୁ ଏକ କାର୍ ମଧ୍ୟ ଦିଆଯିବ ବୋଲି ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଟ୍ରଫି ପାଇଁ ଦୌଡ଼ରେ ଅଛନ୍ତି ଅଙ୍କିତା ଲୋଖଣ୍ଡେ, ମୁନାୱର ଫାରୁକି, ମନ୍ନାରା ଚୋପ୍ରା, ଅଭିଷେକ କୁମାର ଏବଂ ଅରୁଣ ମହାସେଟ୍ଟୀ। ଏବେ ପର୍ଯ୍ୟନ୍ତ ନିଜ ମନ ପସନ୍ଦର ପ୍ରତିଯୋଗୀଙ୍କୁ ଭୋଟ୍ କରିବା ପାଇଁ ଭୋଟିଂ ଲାଇନ ଖୋଲା ରହିଥିବା ବେଳେ ବିଜେତାଙ୍କୁ କେତେ ଟଙ୍କାର ପୁରସ୍କାର ରାଶି ମିଳିବ ତାହା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସୋ’ର ବିଜେତାଙ୍କୁ ୩୦-୪୦ଲକ୍ଷ ଟଙ୍କା ପୁରସ୍କାର ରାଶି ଆକାରରେ ଦିଆଯିବ। ଏହା ସହ ହ୍ୟୁଣ୍ଡାଇର ଏକ କାର୍ ମଧ୍ୟ ବିଜେତାଙ୍କୁ ମିଳିବ, ଯାହା ବିଷୟରେ ପୂର୍ବରୁ ଘୋଷଣା କରାଯାଇସାରିଛି।
ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ।
[ad_2]