ମନୋରଞ୍ଜନ

ବାହାଘର ପରେ ସଂଗୀତରୁ ଆରମ୍ଭ କଲେ ବୃତ୍ତିଗତ ଜୀବନ; ଲାଇଭ୍‌ କନ୍‌ସର୍ଟ କଲେ ପରୀଣିତି – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରୀଣିତି ଚୋପ୍ରା ନିଜର ବୃତ୍ତିକୁ ଅନୁସରଣ କରି ଶେଷର ସଂଗୀତ ଦୁନିଆରେ ତାଙ୍କ ପାଦ ଥାପିଛନ୍ତି। ତାଙ୍କ ଏହି ନିଷ୍ପତ୍ତିରେ ସ୍ବାମୀ ରାଘବ ଚଢ଼ା ବି ଖୁବ୍‌ ସମର୍ଥନ ଦେଇଛନ୍ତି।

ନିକଟରେ ପରୀଣିତି ତାଙ୍କର ଲାଇଭ୍‌ କନ୍‌ସର୍ଟର କିଛି ଫୁଟେଜ୍‌ ସେୟାର୍‌ କରିଛନ୍ତି। ଯେଉଁଥିରେ ସେ ବ୍ୟାଖ୍ୟା କରିଛନ୍ତି ଯେ ସ୍ବାମୀ ରାଘବ ତାଙ୍କୁ ଖୁବ୍‌ ସମର୍ଥନ ଦେଇଛନ୍ତି। ସେ ଏକ ସାକ୍ଷାତ୍‌କାରେ ନିଜ ସ୍ବାମୀଙ୍କ ପ୍ରେରଣାଦାୟକ ଚରିତ୍ର ବିଷୟରେ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି। ଦର୍ଶକ ତାଙ୍କୁ ‌ଅଭିନେତ୍ରୀ ଭାବେ ଦେଖିଥିଲେ। ଏବେ ଜଣେ କଣ୍ଠଶିଳ୍ପୀ ଭାବେ ବି ପରୀଙ୍କୁ ବହୁତ ସାରା ଭଲପାଇବା ମିଳିଛି।

ପରୀଣିତି ଚୋପ୍ରା ରାଘବ ଚଢ଼ାଙ୍କୁ ୨୦୨୪ ମସିହା ସେପ୍ଟେମ୍ବର ମାସରେ ବିବାହ କରିଥିଲେ। ବିବାହର କିଛି ମାସ ମଧ୍ୟରେ ହିଁ ଅଭିନେତ୍ରୀ ପୁଣି ଥରେ ନିଜ ବୃତ୍ତିଗତ ଜୀବନ ଉପରେ ଧ୍ୟାନ ଦେଇଛନ୍ତି।

ବିବାହ ପରେ ବୃତ୍ତିଗତ ଜୀବନକୁ ପୁଣି ଥରେ ଆରମ୍ଭ କରିଥିବା ପରୀ ସଂଗୀତରୁ ହିଁ ମୂଳଦୁଆ ପକାଇଛନ୍ତି। ପିଙ୍କ୍‌ଭିଲା ସହ କଥାବାର୍ତ୍ତା ସମୟରେ ପରୀଣିତି କହିଛନ୍ତି ଯେ ତାଙ୍କୁ ପିଲାଦିନରୁ ହିଁ ସଂଗୀତ ପ୍ରତି ଖୁବ୍‌ ରୁଚି ରହିିଛି। ସେ ସଂଗୀତରେ ଡିଗ୍ରି ବି ହାସଲ କରିଛନ୍ତି।

ସେ କହିଛନ୍ତି କି ଲାଇଭ୍‌ କନ୍‌ସର୍ଟ ସହ ସେ କିଛି ମ୍ୟୁଜିକ୍‌ ଆଲ୍‌ବମ୍‌ରେ ବି ଆଗକୁ କାମ କରିବାକୁ ଯାଉଛନ୍ତି। ସେ ଭବିଷ୍ୟତରେ ଗୀତ ବି ଲେଖିବେ ବୋଲି କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button