ମନୋରଞ୍ଜନ

ପୁଣି ଓଲିଉଡ୍‌ରେ ୱାଡେକର୍ – Kalinga News

[ad_1]

ବେଶ୍ କିଛି ବର୍ଷର ବ୍ୟବଧାନରେ ପୁଣି ଜଣେ ପ୍ରଖ୍ୟାତ ବଲିଉଡ୍‌ ଗାୟକଙ୍କ ଗୀତ ଶୁଣିବାକୁ ମିଳିବ ଓଡ଼ିଆ ସିନେମାରେ। ଶତାଧିକ ଓଡ଼ିଆ ଗୀତରେ କଣ୍ଠଦାନ କରିଥିବା ବଲିଉଡ୍ ଗାୟକ ସୁରେଶ ୱାଡେକର୍ ପୁଣି ଓଲିଉଡ୍‌କୁ ଫେରିଛନ୍ତି। ସୁରେଶ ଗାଇଥିବା ମା’ ତୁମେ ମମତାର ସୀମାହୀନ ସାଗର (ଉଲକା), ଆସିଛି ଏକା ଯିବି ମୁଁ ଏକା(ହିସାବନିକାଶ), ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ(କନ୍ୟାଦାନ), ଏ ଦୁନିଆ ବୁକୁରେ (କାବେରୀ), ଗଡ଼ିଗଡ଼ି ଯାଏ ଶଗଡ଼(ତୁଣ୍ଡବାଇଦ), ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ (ଡୋରା), ତୁ ଆମ ଦିନ ତୁ ଆମ ରାତି (ଜଗାବଳିଆ), ଏଯେ ଲକ୍ଷ୍ମଣରେଖା (ଲକ୍ଷ୍ମଣରେଖା), ତୋର ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ (ପୂଜାଫୁଲ), ଅଜବ ସହରେ ଆଜି ଗୁଜବ ଉଠିଛି (ପରଦେଶୀ ଚଢ଼େଇ), ତୁ ଏକ ନୀରିହ ଫୁଲ ମୁଁ ଏକ ନିଆଁର ଝୁଲ (ଆସୁଚି ମୋ କାଳିଆ ସୁନା) ଆଦି ଅନେକ ଓଡ଼ିଆ ସିନେଗୀତ ଓ ଆଲବମ୍ ଗୀତ ଆଜି ବି ଶ୍ରୋତାଙ୍କୁ ଉଦ୍‌ବେଳନ କରେ।

ଓଡ଼ିଆ ଶ୍ରୋତାଙ୍କୁ ବହୁ ମନଜିଣା ଗୀତ ଭେଟି ଦେଇଥିବା ବଲିଉଡ୍ ଗାୟକ ସୁରେଶ ୱାଡେକରଙ୍କ ସୁଲଳିତ କଣ୍ଠ ବେଶ୍ କିଛି ବର୍ଷ ହେବ କୌଣସି ସିନେଗୀତରେ ଶୁଣିବାକୁ ମିଳି ନଥିଲା।
ଏବେ ସେ ଫେରୁଛନ୍ତି ଓଡ଼ିଆ ଶ୍ରୋତାଙ୍କ ପାଖକୁ…

ନିକଟରେ ସୁରେଶ ୱାଡେକର୍ ଯେଉଁ ନୂଆ ଓଡ଼ିଆ ସିନେମା ଲାଗି କଣ୍ଠଦାନ କରିଛନ୍ତି, ତାହା ହେଲା ‘ଭିଲେନ୍’। ଏଥିରେ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏକ ବିରହ ଗୀତ ଗାଇଛନ୍ତି। ଗୀତଟି ହେଲା ‘କାନ୍ଦନାରେ ଆଖି ତୁ…।’ ଏହି ସିନେମାରେ ମୋଟ ୫ଟି ଗୀତ ରହିଛି। ଅବଶିଷ୍ଟ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଅନନ୍ୟା ଶ୍ରୀତମ୍ ନନ୍ଦ ଓ ଜ୍ୟୋତିର୍ମୟୀ। ବାପୁ ଗୋସ୍ବାମୀ ଓ ତପୁ ନାୟକ ଏହାର ଗୀତିକାର। ଆଦିକନ୍ଦ ସାହୁ ‘ଭିଲେନ୍’ର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button