ମନୋରଞ୍ଜନ
ଛୋଟ ପରେ ଏବେ ବଡ଼ ପରଦାରେ ମିତାଲି – Kalinga News

[ad_1]
ଛୋଟ ପରଦାର ଲୋକପ୍ରିୟ ନାୟିକା ମିତାଲି ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ମିତାଲି ସରଘରିଆଙ୍କୁ ଦର୍ଶକ ଛୋଟ ପରଦାରେ ବେଶ୍ ପସନ୍ଦ କରିଛନ୍ତି। ସେ ‘ନୂଆବୋହୂ’ ଓ ‘ତୁ କହିବୁ ନା ମୁଁ’ ଭଳି ମେଗା ଧାରାବାହିକ ନାୟିକା ଭୂମିକାରେ ଅଭିନୟ କରି ଘରେଘରେ ପରିଚିତ। ଏଣେ ତାଙ୍କୁ ତରଙ୍ଗ ଚାନେଲରେ ପ୍ରଦର୍ଶିତ ଟେଲି ସିନେମା ‘ବାପା ଆଇସିୟୁରେ ଅଛନ୍ତି’ରେ ବି ଦେଖିବାକୁ ମିଳିଥିଲା।
ଏବେ ମିତାଲି ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କ ପ୍ରଯୋଜିତ ‘ଆଇ ଲଭ୍ ୟୁ-୨’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସୁନୀଲ କୁମାରଙ୍କ ବିପକ୍ଷରେ ହିଁ ତାଙ୍କୁ ଦେଖିବାକୁ ମିଳିବ। ଏଥିରେ ମିତାଲି ନାୟିକାର ଭଉଣୀ ଭୂମିକାରେ ନଜର ଆସିବେ। ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାର ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା। ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର।
[ad_2]




