କଳିଯୁଗର ଏ ହେଉଛନ୍ତି ହନୁମାନ ଏହି ଜାଗାରେ ହୁଏ ସବୁବେଳେ ଚମତ୍କାର ଜାଣନ୍ତୁ କେଉଁ ଜାଗା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବଜରଙ୍ଗବଳି ହନୁମାନ ଙ୍କ ସମ୍ଵନ୍ଧରେ ନିଶ୍ଚିତ ଭାବରେ ଜାଣିଥିବେ। ଯିଏକି ଶ୍ରୀ ରାମ ଙ୍କ ପରମ ଭକ୍ତ ଥିଲେ। ସେ ପ୍ରଚଣ୍ଡ ଶକ୍ତି ଶାଳୀ ଥିଲେ। ବଜରଙ୍ଗ ବାଲି ହନୁମାନ ଶ୍ରୀ ରାମ ଙ୍କୁ ଏତେ ମାତ୍ରା ରେ ଭକ୍ତି ଓ ସେବା କରୁଥିଲେ ତାଙ୍କ ପ୍ରତି ପ୍ରସନ୍ନ ହୋଇ ଶ୍ରୀରାମ ତାଙ୍କୁ ଚିରଞ୍ଜିବୀ ହେବାର ବରଦାନ ଦେଇଥିଲେ।
ସେଥି ପାଇଁ ଆଜିବି ମଧ୍ୟ ହନୁମାନ ଜୀବିତ ଅଛନ୍ତି ତାଙ୍କ ର ଉପସ୍ଥିତି ନିଶ୍ଚିତ ବୋଲି ଏହା ମଧ୍ଯ ଜଣା ପଡିଛି। ଏଭଳି ଦେଶ ବିଦେଶ ରେ ଅନେକ ସ୍ଥାନ ଅଛି ଯେଉଁଠାରେ କି ବଡ଼ ବଡ଼ ପାଦ ଚିହ୍ନ ସବୁ ଦେଖିବାକୁ ମିଳିଛି। କୁହାଯାଏ ସେ ପାଦ ଚିହ୍ନ ସବୁ ହେଉଛି ହନୁମାନ ଙ୍କର। ଅନେକ ବୈଜ୍ଞାନିକ ମାନେ ମଧ୍ୟ କହିଥାନ୍ତି ସେହି ପାଦ ଚିହ୍ନ ହେଉଛି କୌଣସି ଏପରି ଜୀବର ଯାହା କି ବିଶାଳ କାୟ ଓ ପରମ ପରାକ୍ରମୀ ମଧ୍ୟ ହୋଇଥିବା।
ଯେତେବେଳେ ଶ୍ରୀରାମ ନିଜ ମାନବ ଶରୀର ଛାଡି ଅଯୋଧ୍ୟା ରୁ ଚାଲିଗଲେ ସେହି ସମୟରେ ହନୁମାନ ଶ୍ରୀ ରାମ ଙ୍କ ସ୍ମରଣ ରେ ଶ୍ରୀଲଙ୍କା ଯାଇ ସେଠାରେ ଥିବା ବିଦୃ ପର୍ବତ ରେ ରହିଲେ ଓ ସେଠାରେ ଥିବା ଆଦିବାସୀ ସମୂହ ହନୁମାନ ଙ୍କୁ ଏତେ ମାତ୍ରା ରେ ଭକ୍ତି କଲେ ହନୁମାନ ଭାରତ କୁ ଆସିବା ସମୟରେ ତାଙ୍କୁ ଏକ ମନ୍ତ୍ର ଦେଲେ ଓ କହିଲେ ଏହାକୁ ତୁମେ ମାନେ ଯେତେବେଳେ ପାଠ କରିବା ସେହି ସମୟରେ ମୁଁ ତୁମ ମାନଙ୍କ ନିକଟରେ ଉପସ୍ଥିତ ହୋଇଯିବି।
ଏବେ ମଧ୍ୟ ସେଠାରେ ସେହି ଆଦିବାସୀ ସମୂହ ଲୋକ ମାନେ ବସ ବାସ କରନ୍ତି ଓ ସେମାନେ ମଧ୍ୟ ହନୁମାନ ଙ୍କ ଉପସ୍ଥିତି କୁ ଅନୁଭବ କରିଥାଆନ୍ତି। ପ୍ରତି ୪୧ ବର୍ଷ ରେ ହନୁମାନ ସେମାନଙ୍କୁ ଦେଖା କରିବାକୁ ଆସିଥାନ୍ତି। ଗତ ୨୦୧୪ ମସିହାରେ ତାଙ୍କୁ ହନୁମାନ ଦେଖା କରିବାକୁ ଯାଇଥିଲେ ଓ ସେ କହିଥିବା କଥାକୁ ସେମାନେ ମଧ୍ଯ ଲିପିବଦ୍ଧ କରି ରଖି ଛନ୍ତି।




