ମନୋରଞ୍ଜନ

ଟଙ୍କା ନେଇ କାମ କଲେନି ସନ୍ନି, ଏବେ ଫେରାଉ ନାହାନ୍ତି: ଫିଲ୍ମ ନିର୍ମାତା – Kalinga News

[ad_1]


ମୁମ୍ବାଇ: ବିବାଦ ଘେରରେ ‘ଗଦର’ ଅଭିନେତା ସନ୍ନି ଦେଓଲ। ଗୁରୁତର ଅଭିଯୋଗ ଆଣିଲେ ଫିଲ୍ମ ନିର୍ମାତା । ନିର୍ମାତା ସୌରଭ ଗୁପ୍ତା, ସନ୍ନି ଦେଓଲଙ୍କ ବିରୋଧରେ ଜାଲିଆତି ଏବଂ ଠକେଇର ଅଭିଯୋଗ ଆଣିବା ପରେ ଏବେ ପ୍ରଶ୍ନ ଘେରରେ ଫସିଛନ୍ତି ସନ୍ନି।

ଏକ ସାମ୍ବାଦିକ ସମ୍ମିଳନୀରେ ସୌରଭ ଗୁପ୍ତା ସନ୍ନି ଦେଓଲଙ୍କ ଉପରେ ଆରୋପ ଉପରେ ଆରୋପ ଲଗାଇଛନ୍ତି। ସୌରଭଙ୍କ ଅନୁଯାୟୀ, ସନ୍ନି ଦେଓଲ ୨୦୧୬ରେ ଏକ ଫିଲ୍ମ ପ୍ରୋଜେକ୍ଟ ପାଇଁ ଅଗ୍ରୀମ ଦେୟ ନେଇଥିଲେ। କିନ୍ତୁ ଫିଲ୍ମର ସୁଟିଂ କରିନଥିଲେ।

ତାଙ୍କ କହିବା ମୁତାବକ, ‘ଆମେ ସନ୍ନିଙ୍କୁ ଅଗ୍ରୀମ ଭାବରେ ୧କୋଟି ଟଙ୍କା ଦେଇଥିଲୁ। କିନ୍ତୁ ଆମ ଫିଲ୍ମ ଆରମ୍ଭ କରିବା ପରିବର୍ତ୍ତେ ସେ ୨୦୧୭ରେ ଆଉ ଏକ ଫିଲ୍ମ ‘ପୋଷ୍ଟର ବଏଜ’ର ସୁଟିଂ ଆରମ୍ଭ କରିଥିଲେ। ମୁଁ ତାଙ୍କ ସହ ଯୋଗାଯୋଗ କରିବାରୁ ସେ ମୋତେ ଅଧିକ ଟଙ୍କା ମାଗିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ତାଙ୍କୁ ୨.୫୫ କୋଟି ଟଙ୍କା ଦେଇସାରିଲାଣି। ତାଙ୍କ ହେତୁ ମୋତେ ଅନ୍ୟ ନିର୍ଦ୍ଦେଶକମାନଙ୍କୁ ମଧ୍ୟ ଟଙ୍କା ଦେବାକୁ ପଡିଥିଲା ଏବଂ ଫିଲ୍ମସ୍ତାନ ଷ୍ଟୁଡିଓ ବୁକ୍ କରିବାକୁ ପଡିଥିଲା। ଫିଲ୍ମର ଏଗ୍ରିମେଣ୍ଟ ସମୟରେ ୪କୋଟି ନେବେ ବୋଲି ସ୍ଥିର ହୋଇଥିଲା। ହେଲେ ସେ ଏଗ୍ରିମେଣ୍ଟ ପେପର ବଦଳାଇ ୪କୋଟି ସ୍ଥାନରେ ୮କୋଟି ଲେଖିଦେଇଥିଲେ। ଏପର୍ଯ୍ୟନ୍ତ ମୋତେ ମୋ ପଇସା ମିଳିନାହିଁ। ସେଥିପାଇଁ ମୁଁ ପୁଲିସରେ ଅଭିଯୋଗ କରିଛି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button