କଂଗ୍ରେସ ନେତାଙ୍କ ଝିଅଙ୍କୁ କଲେଜରେ ହତ୍ୟା – Kalinga News

[ad_1]
ହୁବଲି: କର୍ଣ୍ଣାଟକର ହୁବଲିରେ ଜଣେ କଂଗ୍ରେସ କର୍ପୋରେଟରଙ୍କ ଝିଅଙ୍କୁ ତାଙ୍କ ପୂର୍ବତନ ସହପାଠୀ କଲେଜ କ୍ୟାମ୍ପସରେ ଛୁରି ଭୁସି ହତ୍ୟା କରିଛି। ଅଭିଯୁକ୍ତ ଫୟାଜକୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନେହା (୨୩) କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମଥଙ୍କ ଝିଅ। ସେ ବିଭିବି କଲେଜରେ ଏମ୍ସିଏ ପ୍ରଥମ ବର୍ଷର ଛାତ୍ରୀ । ଅଭିଯୁକ୍ତ ୨୩ ବର୍ଷୀୟ ଫୟାଜ ମଧ୍ୟ ନେହାଙ୍କ ପୂର୍ବତନ ସହପାଠୀ ଥିଲା। କ୍ୟାମ୍ପସର ସିସିଟିଭି ଫୁଟେଜରେ ଫୟାଜ ନେହାଙ୍କୁ ଅନେକ ଥର ଛୁରି ଭୁସି ଫେରାର ହେଉଥିବା ଦେଖିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
କଲେଜ କର୍ତ୍ତୃପକ୍ଷ ଏବଂ ଅନ୍ୟ ଛାତ୍ରମାନେ ନେହାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ନେହା ବେଲଗାଭି ଜିଲ୍ଲାର ବାସିନ୍ଦା ଫୟାଜଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ଅନେକ ଦିନ ଧରି ତାଙ୍କୁ ପିଛା କରୁଥିଲେ। ହୁବଲିର ବିଦ୍ୟାନଗର ପୁଲିସ ସହାୟତାରେ ଫୟାଜକୁ ଗିରଫ କରାଯାଇଛି। ଫୟାଜ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ଅଭିଯୁକ୍ତକୁ କଠୋରଦଣ୍ଡ ଦାବିକରି ଛାତ୍ର ସଂଗଠନ ଏବିଭିପିର କର୍ମୀମାନେ ରାସ୍ତା ଅବରୋଧ କରିବା ସହ ନେହାଙ୍କ ହତ୍ୟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
[ad_2]