ସେମିରେ ଓଡ଼ିଶା ଏଫ୍ସି: ଅତିରିକ୍ତ ସମୟରେ କେରଳକୁ ହରାଇଲା – Kalinga News

[ad_1]
ଭୁବନେଶ୍ବର: ଓଡ଼ିଶା ଏଫ୍ସି ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ନକ୍ଆଉଟ୍ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲ୍ରେ ହରାଇ ପ୍ରଥମ ଥର ଏହି ସ୍ଥାନ ପକ୍କା କରିଛି। ମ୍ୟାଚ୍ର ନିର୍ଦ୍ଧାରିତ ସମୟ ୧-୧ରେ ଶେଷ ହେବା ପରେ ଅତିରିକ୍ତ ସମୟରେ ରୟ କ୍ରିଷ୍ଣାଙ୍କ ପାସ୍ରେ ଈଶାକ ଭାନ୍ଲାଲରୁଆତଫେଲା (୯୮ ମିନିଟ୍) ଗୋଲ୍ ଦେଇ ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ଫଳରେ ଓଡ଼ିଶା ଏଫ୍ସି ଚଳିତ ଋତୁରେ ତା’ ଘରୋଇ ପଡ଼ିଆରେ ଅପରାଜେୟ ଧାରା ଜାରି ରଖିଛି। ୨୩ ତାରିଖ ସେମିଫାଇନାଲ୍ରେ ଓଡ଼ିଶା ଏଫ୍ସି ଘରୋଇ କଳିଙ୍ଗ ଷ୍ଟାଡିୟମ୍ରେ ଲିଗ୍ ସିଲ୍ଡ ବିଜେତା ମୋହନବାଗାନ ସୁପର ଜାଏଣ୍ଟସ୍କୁ ଭେଟିବ।

Sambad is now on WhatsApp
Join and get latest news updates delivered to you via WhatsApp
ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ଓଡ଼ିଶା ଏଫ୍ସି ଆରମ୍ଭରୁ ଚମତ୍କାର ଖେଳିଥିଲା। ଭ୍ରମଣକାରୀ ଦଳ ଉପରେ ଘନଘନ ଆକ୍ରମଣ ଜାରି ରଖି ୨୭ତମ ମିନିଟ୍ରେ ଅଗ୍ରଣୀ ନେବାର ସୁଯୋଗ ପାଇଥିଲା। ଅହମଦ ଜାହୋଉଙ୍କ ସହାୟତାରେ ମୌତର୍ଡ଼ା ଫଲ ବଲ୍କୁ କେରଳ ବ୍ଲାଷ୍ଟର୍ସର ଗୋଲ୍ ପୋଷ୍ଟ୍କୁ ପଠାଇ ଦେଇଥିଲେ। ଏହା ଅଫ୍ସାଇଡ୍ ଥିବା ନେଇ କେରଳ ବ୍ଲାଷ୍ଟର୍ସ ଅଭିଯୋଗ କରିବାରୁ ରେଫରି ଓ ମ୍ୟାଚ୍ ଅଫିସିଆଲ୍ଙ୍କ ଆଲୋଚନା ପରେ ଗୋଲ୍ଟି ନାକଚ ହୋଇଥିଲା। ଫଳରେ ଓଡ଼ିଶା ଅଗ୍ରଣୀ ନେବାରୁ ବଞ୍ଚିତ ହୋଇଥିଲା। ଏଥିସହ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ୬୭ତମ ମିନିଟ୍ରେ ମହମ୍ମଦ ଏମେନଙ୍କ ପାସ୍ରେ ଫେଡର ସର୍ନିଚ ଗୋଲ୍ ଦେଇ ଭ୍ରମଣକାରୀ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ତେବେ ୮୭ତମ ମିନିଟ୍ରେ ରୟ କ୍ରିଷ୍ଣାଙ୍କ ପାସ୍ରେ ଡିଏଗୋ ମୌରିସିଓ ସ୍ଥିତି ବରାବର କରି ଘରୋଇ ଦଳକୁ ସୁଯୋଗ ଦେଇଥିଲେ।
[ad_2]