ଅପରାଧ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଚେତ ହୋଇପଡ଼ିଲେ ଗଣଦୁଷ୍କର୍ମ ପୀଡ଼ିତା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର  ଗୋରଖପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପୁଲିସ ବିରୋଧରେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ବାସଭବନରେ ପହଞ୍ଚିଥିବା ଜଣେ ଗଣଦୁଷ୍କର୍ମ ପୀଡ଼ିତା ହଠାତ୍ ଅଚେତ ହୋଇପଡ଼ିଥିଲେ।

ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମହିଳା ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ, ଯୁବତୀ ଜଣକ ଶାରୀରିକ ଭାବେ ଦୁର୍ବଳ ଥିବ‌ା ବେଳେ ପ୍ରବଳ ଗରମ ହେତୁ ସେ ଚେତା ହରାଇ ବସିଥି‌ଲେ। ଏବେ ଚିକିତ୍ସା ପରେ ସେ ଧୀରେଧୀରେ ସୁସ୍ଥ ଅନୁଭବ କରୁଛନ୍ତି।

ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। କିନ୍ତୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା  କୌଣସି ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏହି ଘଟଣା ପରେ ଝିଅ ବିଷ ପିଇ ଜୀବନ ହାରି ଦେବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ତାର ଜୀବନ ବଞ୍ଚିଯାଇଥିଲା।

୨୨ ବର୍ଷୀୟ ପୀଡ଼ିତା ସୁସ୍ଥ ହେବାପରେ ଅଭିଯୋଗ କରି କହିଛନ୍ତି ଯେ ଏପ୍ରିଲ୍ ୨୦୨୪ରେ ମୁଁ ଗଣଦୁଷ୍କର୍ମର ଶିକାର ହୋଇଥିଲି।  ଏହି ଘଟଣାରେ ଆମ କଲୋନିରେ ରହୁଥିବା ହିମାଂଶୁ, ରାକେଶ ଏବଂ ଆଶିଷ ସାମିଲ ଥିଲେ। ମୁଁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଯେତେବେଳେ ପୁଲିସ ଷ୍ଟେସନ ଯାଇଥିଲେ ସେଠାରେ ପୁଲିସ ମାମଲା ରୁଜୁ କରିବା ବଦଳରେ ମୋତେ ବୁଝାଇସୁଝାଇ ଘରକୁ ପଠାଇ ଦେଇଥିଲା।

ଏହାପରେ ମୁଁ କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କୁ ଏଯାବତ ଗିରଫ କରାଯାଇନାହିଁ। ଏଥିସହିତ ଅଭିଯୁକ୍ତମାନେ ମାମଲା ଥାନାରୁ ଉଠାଇ ନେବାକୁ କହୁଛନ୍ତି। ମାମଲା ନଉଠାଇଲେ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏହି ଘଟଣାର ଅଭିଯୋଗ ନେଇ ମୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button