ପୁତୁରାର ଟାଙ୍ଗିଆ ଚୋଟରେ ଖୁଡ଼ିର ମୃତ୍ୟୁ – Kalinga News
[ad_1]
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କୁତୁମୁଣ୍ଡା ଗ୍ରାମରେ ପରିବାରିକ କଳହରୁ ପୁତୁରା ନିଜ ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ହତ୍ୟାକାରୀ ଥାନାରେ ଅଟକ ଥିବା ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ କୁତୁମୁଣ୍ଡା ଗ୍ରାମର ଦଖନ ଧରୁଆ ଓ ଉତ୍ତରା ଧରୁଆ ମଙ୍ଗଳବାର ଦ୍ବିପ୍ରହରରେ ଖାଇ ସାରି ଘରେ ଶୋଇଥିଲେ। ଏହି ସମୟରେ କୌଣସି କାରଣରୁ ତାଙ୍କ ପୁତୁରା ପୁଅ ଚିତ୍ର ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ନିଜ ଖୁଡି ବେକରେ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଖୁଡ଼ି ଉତ୍ତରାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ସନ୍ଧ୍ୟାରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଘଟରାସ୍ଥଳରେ ମୃତଦେହ ପଡ଼ି ରହିଥିବା ବେଳେ ସାଇଣ୍ଟିଫିକ ଟିମ ବଲାଙ୍ଗୀରରୁ ଆସିଲେ ଅଧିକ ତଦନ୍ତ କରିବାକୁ ଥିବା ଜଣାପଡ଼ିଛି। ଅପରପକ୍ଷରେ ହତ୍ୟାକାରୀ ପୁତୁରା ପାଟଣାଗଡ଼ ଥାନାରେ ଅଟକ ଥିବା ବେଳେ ତାକୁ ପୁଲିସ ଅଧିକ ପଚରା ଉଚୁରା କରୁଥିବା ଜଣାପଡ଼ିଛି।
ଏଠାରେ ପ୍ରକଶ ଥାଉ କି, ଦଖନ ଓ ଉତ୍ତରାର ସନ୍ତାନ ନ ଥିବାରୁ ସେମାନେ ନିଜ ପୁତୁରା ଚିତ୍ରକୁ ପୁଅ କରି ରଖିଥିଲେ। ସେମାନଙ୍କ ଘରେ ରହୁଥିବା ବେଳେ ପ୍ରାୟ ସମୟରେ ଝଗଡା କରୁ ଥିଲା। ମଙ୍ଗଳବାର ତାର ଖୁଡ଼ି ହୋଇ ରହିଥିବା ବେଳେ ଟାଙ୍ଗିଆରେ ହାଣି ଦେଇଥିବା ଜଣାପଡିଛି।
[ad_2]




