ଅପରାଧ

ପତ୍ନୀଙ୍କ ସହ ଅପ୍ରାକୃତିକ ସମ୍ପର୍କ ରଖିବା ଅପରାଧ ନୁହେଁ: ହାଇକୋର୍ଟଙ୍କ ମନ୍ତବ୍ୟ – Kalinga News

[ad_1]

ଇନ୍ଦୋର: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଜଣେ ସ୍ୱାମୀଙ୍କ ଆବେଦନ ଶୁଣାଣି ବେଳେ ତାଙ୍କ ପତ୍ନୀଙ୍କ ଦ୍ୱାରା କରାଯାଇଥିବା ଅପ୍ରାକୃତିକ ଯୌନ ଅଭିଯୋଗକୁ ଖାରଜ କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଯଦି ପତ୍ନୀଙ୍କ ବୟସ ୧୫ ବର୍ଷରୁ ଅଧିକ ହୁଏ, ତେବେ ଯଦି ସ୍ୱାମୀ ସ୍ତ୍ରୀଙ୍କ ସହିତ ଯେ କୌଣସି ଅପ୍ରାକୃତିକ ଯୌନ ସମ୍ପର୍କ ରଖନ୍ତି ତେବେ ତାହା ଅପରାଧ ନୁହେଁ।

ଏଭଳି ଅପ୍ରାକୃତିକ ସମ୍ପର୍କ ଦ୍ବାରା ବୈବାହିକ ସମ୍ପର୍କରେ ପ୍ରଭାବ ପଡ଼ିବ ନାର୍ହି। ଏଭଳି ସମ୍ପର୍କକୁ ବଳାତ୍କାର ବର୍ଗରେ ରଖାଯାଇପାରିବ ନାହିଁ। ମାମଲାରେ ସ୍ୱାମୀଙ୍କ ବୟସ ୪୦ ବର୍ଷ ଏବଂ ପତ୍ନୀଙ୍କ ବୟସ ୩୧ ବର୍ଷ ରହିଛି। ତେଣୁ ଏକ୍ଷେତ୍ରରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଅପ୍ରାକୃତିକ ସମ୍ପର୍କକୁ ଅପରାଧ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ପତ୍ନୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ସ୍ୱାମୀ ମେ ୨୮ ରେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର ଇନ୍ଦୋର ବେଞ୍ଚର ଜଷ୍ଟିସ୍ ପ୍ରେମ ନାରାୟଣ ସିଂଙ୍କ ଏକକ ବେଞ୍ଚ ଏହି ଆବେଦନକୁ ଆଂଶିକ ଗ୍ରହଣ କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ପତ୍ନୀଙ୍କ ଅଭିଯୋଗକୁ ଖାରଜ କରିଛନ୍ତି। ହାଇକୋର୍ଟ ଆଇପିସିର ଧାରା ୩୭୭, ୨୯୪, ୫୦୬ ଅଧାରରେ ଅଭିଯୋଗକୁ ଖାରଜ କରିଛନ୍ତି। ଯେଉଁଥିରେ ଅପ୍ରାକୃତିକ ସମ୍ପର୍କ ରଖିବା, ଗାଳିଗୁଲଜ କରିବା ଏବଂ ଧମକ ଦେବା ଆଦି ଅନ୍ତର୍ଭୁକ୍ତ ହୋଇଥାଏ। ଅବଶ୍ୟ, କୋର୍ଟ ଧାରା ୪୯୮-ଏ ଧାରାକୁ ସମର୍ଥନ କରିଛନ୍ତି ଯାହାକି ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ହୋଇଥିବା ଅତ୍ୟାଚାର ମାମଲା ରହିଛି।

ଶୁଣାଣି ସମୟରେ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କୌଣସି ଯୌନ ଆଚରଣ କେବଳ ଘର ଭିତରେ କରାଯାଇଥିଲା ଏବଂ କୌଣସି ସର୍ବସାଧାରଣ ସ୍ଥାନରେ ନୁହେଁ। ତେଣୁ ଏହା ଅପରାଧ ନୁହେଁ। ତେବେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି ଏବଂ ହାଇକୋର୍ଟଙ୍କର କୌଣସି ନିଷ୍ପତ୍ତି ନିମ୍ନ ଅଦାଲତଙ୍କର ରାୟରେ ବାଧା ସୃଷ୍ଟି କରିବ ନାହିଁ।

ସୂଚନାଯୋଗ୍ୟ, ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଏହି ମାମଲାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସ ଥାନା‌ରେ ଏଫଆଇଆର ରୁଜୁ କରିଥିଲେ। ଏଫଆଇଆର୍ରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ମହିଳା ଜଣକ ତାଙ୍କ ଶାଶୁ ୨୦ ଲକ୍ଷ ଟଙ୍କା ଯୌତୁକ ମାଗୁଥିବା ଏବଂ ତାଙ୍କ ସ୍ୱାମୀ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ଅଭିଯୋଗ କରିଥିଲେ। ମହିଳା ଜଣକ ରିପୋର୍ଟରେ କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଯେଉଁ କାରଣରୁ ତାଙ୍କୁ ସଂକ୍ରମଣ ହୋଇଥିଲା ଏବଂ ତାଙ୍କୁ ଚିକିତ୍ସା କରିବାକୁ ପଡିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button