ସିବିଆଇ ସମନକୁ ଏଡାଇ ଗଲେ ବିଆରଏସ୍ ନେତ୍ରୀ କେ କବିତା – Kalinga News

[ad_1]
ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବା ଆବେଦନ ସଂପର୍କରେ ଦର୍ଶାଇଲେ
ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆସନ୍ତାକାଲି ହାଜର ହୋଇପାରିବେ ନାହିଁ ବୋଲି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଚିଠି ଲେଖିଛନ୍ତି। ସିବିଆଇକୁ ଲେଖିଥିବା ଚିଠିରେ ସେ ତାଙ୍କ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଅବସ୍ଥାରେ ଥିବା ଏକ ପିଟିସନ୍ ବିଷୟରେ ଉଲ୍ଲେଖ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେ ଚିଠିରେ ଲେଖିଛନ୍ତି, ‘ମୋର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ଏବଂ ମୋ ରାଜ୍ୟବାସୀଙ୍କ ପ୍ରତି ମୋର ପ୍ରତିବଦ୍ଧତା ଏବଂ ସଂସଦୀୟ ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତି ସମୟରେ ମୋ ରାଜ୍ୟରେ ମୋର ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆପଣମାନେ ଏଭଳି ନୋଟିସ୍କୁ ସ୍ଥଗିତ ରଖିବାକୁ ବିଚାର କରିପାରନ୍ତି। କାରଣ, ମୁଁ ଆସନ୍ତାକାଲି (ସୋମବାର) ଆପଣମାନଙ୍କ ନିକଟରେ ହାଜର ହୋଇପାରିବି ନାହିଁ।’
ଅନ୍ୟପକ୍ଷରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତାଙ୍କ ଏହି ଚିଠି ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
[ad_2]