ଜାଲିଆତି କରି କଲେଜ ଜମାଖାତାରୁ ୭୦.୪୨ ଲକ୍ଷ ଟଙ୍କା ଉଠାଣ ଘଟଣା: ସୁଧ ସହ ଅର୍ଥ ଫେରାଇଲା ବ୍ୟାଙ୍କ – Kalinga News

[ad_1]
ପୂର୍ବରୁ ପଶ୍ଚିମବଙ୍ଗରୁ ୪ ଜଣ ଗିରଫ ହୋଇଥିଲେ
ସୋନପୁର: ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା (ଆଇଡିପି) ଆକାଉଣ୍ଟରୁ ଜାଲ୍ ଚେକ୍ ଏବଂ କଲେଜ ଅଧ୍ୟକ୍ଷଙ୍କ ଜାଲ୍ ଦସ୍ତଖତ କରି ଗତ ୭.୬.୨୦୨୨ ତାରିଖ ଦିନ ୭୦ ଲକ୍ଷ ୪୨ ହଜାର ୯ଶହ ଟଙ୍କା ଉଠାଣ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏବେ ବ୍ୟାଙ୍କ କର୍ତ୍ତୃପକ୍ଷ ସୁଧ ସହ ଉକ୍ତ ଟଙ୍କା ଫେରାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ସୋନପୁରସ୍ଥିତ ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା ଆକାଉଣ୍ଟ କଲେଜ ଅଧ୍ୟକ୍ଷଙ୍କ ନାମରେ ରହିଛି। ସେହି ଆକାଉଣ୍ଟରୁ ଏକ ଜାଲ୍ ଚେକ୍ରେ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରି ଗତ ୭.୬.୨୦୨୨ ତାରିଖ ଦିନ କେହି ଦୁର୍ବୃତ୍ତ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଉଠାଇ ନେଇଥିଲା। ଯେଉଁ ନମ୍ବର ଚେକ୍ ବ୍ୟବହାର କରି ଦୁର୍ବୃତ୍ତ ଏତେ ଟଙ୍କା ଉଠାଇଥିଲା ସେହି ନମ୍ବର ଚେକ୍ ବ୍ୟବହାର ନହୋଇ କଲେଜରେ ସୁରକ୍ଷିତ ଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ହେଲେ ସେତେବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଏହି ଜାଲିଆତି ସଂପର୍କରେ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଉକ୍ତ ବ୍ୟାଙ୍କରୁ ଆର୍ଟିଜିଏସ୍ ମାଧ୍ୟମରେ ଏତେ ଟଙ୍କା ପଶ୍ଚିମବଙ୍ଗ କୁଚବିହାରରେ ଥିବା ସାକ୍ଷୀ ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଯାଇଥିବା ଜଣାପଡ଼ିଥିଲା।
ସୋନପୁର ପୁଲିସ ପଶ୍ଚିମବଙ୍ଗ କୁଚବିହାର ଜିଲ୍ଲା କୋଟୱାଲି ଥାନା ଅନ୍ତର୍ଗତ ବିସି ରୋଡର ସୁବୁଜ ଘୋଷ (୨୬), ବକ୍ସିହାଟ ଥାନା ନଗୁରଘାଟର ସୁବାସ ଦାସ (୩୩) ଓ ସେହି ଗ୍ରାମର ବିୟୁଟି ଦାସ (୩୦), ହଜାରପଡ଼ାର ଦ୍ରୌପଦୀ ଓରଫ ସବିତା ଦେ ସରକାର (୬୦) ଆଦି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଥିଲା। ଠକେଇ ହୋଇଥିବା ଟଙ୍କା ମଧ୍ୟରୁ ବିଭିନ୍ନ ଆକାଉଣ୍ଟକୁ ଯାଇଥିବା ୧୭ ଲକ୍ଷ ୯୮ ହଜାର ୫୦୭ ଟଙ୍କାକୁ ପୁଲିସ ଅଚଳ କରିଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ତେବେ ଠକେଇ ହୋଇଥିବା ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କ ସହ ସୁଧ ବାବଦକୁ ୩ ଲକ୍ଷ ୭୧ ହଜାର ୮୫୦ ଟଙ୍କା ବ୍ୟାଙ୍କ୍ ଅଫ୍ ବରୋଦା ସୋନପୁର କଲେଜ ଆକାଉଣ୍ଟରେ ଜମା କରିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
[ad_2]