ସ୍ତ୍ରୀଙ୍କ ଖରାପ ବ୍ୟବହାରରେ ଅତିଷ୍ଠ ହୋଇ ଛାଡ଼ପତ୍ର ଦେଲେ କୁନାଲ – Kalinga News

[ad_1]
ନୂଆଦିଲ୍ଲୀ: ସେଲିବ୍ରିଟି ସେଫ କୁନାଲ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିବାହର ୧୬ବର୍ଷ ପରେ ଛାଡ଼ପତ୍ର ଦେଇ ସେ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେଫ କୁନାଲ କପୁର ୨୦୦୮ରେ ଏକତା କୁପରଙ୍କୁ ବିବାହ କରିଥିଲେ। ବିବାହର ଚାରିବର୍ଷ ପରେ ୨୦୧୨ରେ କୁନାଲ ପୁତ୍ର ସନ୍ତାନର ବାପା ହୋଇଥିଲେ। ଏହାପରେ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା।
କୁନାଲ ଦିଲ୍ଲୀ ହାଇକୋର୍ଟରେ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ଚାହୁଁଥିବା ନେଇ ଏକ ଆବେଦନ କରିଥିଲେ। ଏହି ଆବେଦନରେ କୁନାଲ କହିଥିଲେ, ‘ସ୍ତ୍ରୀ ଏକତା କେବେ ବି ମୋ ପରିବାରର କୌଣସି ସଦସ୍ୟଙ୍କ ସହିତ ଭଲ ବ୍ୟବହାର ଦେଖାଇ ନାହାନ୍ତି। ମୋତେ ସବୁବେଳେ ନିଚା ଦେଖାଇବାକୁ ଚେଷ୍ଟା କରିଥାଆନ୍ତି। ପରିବାର ସହିତ ମିଶିକି ରହିବା ପାଇଁ ମୁଁ ତାଙ୍କୁ ଅନେକଥର ବୁଝାଇଛି କିନ୍ତୁ ସେ ସବୁବେଳେ ନିଷ୍ଠୁର ଭଳି ବ୍ୟବହାର କରିଥାଆନ୍ତି।’
ଏହି ପରିପ୍ରେକ୍ଷୀରେ କୁନାଲଙ୍କ ସ୍ତ୍ରୀ ଏକତା କପୁର ନିଜର ସଫେଇ ଦେଇ କହିଥିଲେ, ମୁଁ ସ୍ତ୍ରୀ ଓ ବୋହୁ ଉଭୟଙ୍କ କର୍ତ୍ତବ୍ୟ ପାଳନ କରିଛି। କିନ୍ତୁ କୁନାଲ ଓ ତାଙ୍କ ପରିବାର ମୋତେ ପସନ୍ଦ କରନ୍ତି ନାହିଁ। ତେଣୁ ସେମାନେ ମୋ ଠାରୁ ଅଲଗା ହେବାକୂ ଚାହୁଁଛନ୍ତି। ’

କୋର୍ଟ ଶୁଣାଣି ସମୟରେ କବିତା କୁନାଲଙ୍କ ବିରୋଧରେ ଆଣିଥିବା କୌଣସି ପ୍ରମାଣ ସତ ସାବ୍ୟସ୍ତ ହେଲାନାହିଁ ।ଶେଷରେ କୋର୍ଟ କୁନାଲଙ୍କ ପକ୍ଷ ନେଇ ନିଷ୍ପତ୍ତି ଶୁଣାଇ ଦୁହିଁଙ୍କ ଛାଡ଼ପତ୍ର ଘୋଷଣା କରିଥିଲେ।
କୁନାଲଙ୍କ ଜୀବନ କଥା କହିବାକୁ ଗଲେ ସେ ଏବେ ୪୪ବର୍ଷ ବୟସରେ ପ୍ରଦାର୍ପଣ କରିଥିବା ବେଳେ ଦିଲ୍ଲୀରେ ବସବାସ କରୁଛନ୍ତି। ପିଲାଟି ଦିନରୁ ଖାଦ୍ୟ ପ୍ରସ୍ତୁତ ପ୍ରତି ତାଙ୍କର ରୁଚି ଥିବାରୁ ସେ ବଡ଼ ହୋଇ ଏହି ଦିଗରେ କ୍ୟାରିୟର ଗଢ଼ି ଚାଲିଛନ୍ତି। ଆଉ ସଫଳତା ପରେ ସଫଳତା ପାଇ ଜଣେ ଲୋକପ୍ରିୟ ସେଫ ଭାବେ ପରିଚୟ ହାସଲ କରିସାରିଛନ୍ତି।
[ad_2]




