ରାସ୍ତାରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ: ବନବିଭାଗର ଅବହେଳାକୁ ନେଇ ଉଠିଛି ପ୍ରଶ୍ନ – Kalinga News

[ad_1]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଚିପଲୁନ୍ ଏବଂ ରତ୍ନାଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ରର ଉପକୂଳ ରତ୍ନଗିରି ଜିଲ୍ଲାର ଏକ ରାସ୍ତା ଉପରେ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଭୟ ବି ଲାଗୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତାରେ ଚାଲୁଥିବା ବର୍ଷା ପାଣିରେ କୁମ୍ଭୀର ଯାଉଛି। କୁମ୍ଭୀରକୁ ଏପରି ରାଜରାସ୍ତାରେ ଦେଖି ଲୋକେ ଭୟଭୀତ ହୋଇ ରାସ୍ତାରେ ଯାତାୟାତ ନକରି ଅଟକି ରହିଛନ୍ତି।
ଭିଡିଓ ଦେଖି କୁହାଯାଉଛି ସହର ଦେଇ ଶିବ ନଦୀ ଯାଇଛି। ପ୍ରବଳ ବର୍ଷା ହେତୁ ଏହି ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ କୁମ୍ଭୀର ପାଣି ଭିତରୁ ରାସ୍ତାକୁ ଚାଲି ଆସିଛି। ତେବେ ଏତେ ସମୟ ଧରି କୁମ୍ଭୀର ରାସ୍ତାରେ ବୁଲୁଥିବା ଘଟଣା ସମ୍ପର୍କରେ ବନବିଭାଗ କେମିତି ଜାଣି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କାରରେ ଯାଉଥିବା ଜଣେ ଯାତ୍ରୀ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।
[ad_2]