ରାଜନୀତି

ସମର୍ଥକଙ୍କୁ ବୁଝାଇଲେ ଚିରଞ୍ଜୀବ: ‘ତୁମର କିଛି ସମସ୍ୟା ହେବନି, ଜୁନ୍‌-ଜୁଲାଇ ଯାଏ ଅପେକ୍ଷା କର’ – Kalinga News

[ad_1]

କଂଗ୍ରେସ ଉପରେ ନିଜର ଅସନ୍ତୋଷ ଝାଡ଼ିଲେ

ଜଗତସିଂହପୁର: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ପ୍ରଥମଥର ନିଜର ଅନୁଗତ ଓ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି ତଥା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ଫୁଲନଖରା ନିକଟରେ ଥିବା ଏକ ଫାର୍ମ ହାଉସ୍‌ରେ ଚିରଞ୍ଜୀବ ଜଗତସିଂହପୁର ଓ ନାଉଗାଁ ବ୍ଲକ୍‌ର ତାଙ୍କର ସମର୍ଥକମାନଙ୍କୁ ଡାକି ବୈଠକ କରିଥିଲେ। ପୂର୍ବରୁ ଏହି ବୈଠକରେ ଜଗତସିଂହପୁରର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଯୋଗଦେବେ ବୋଲି ଆଲୋଚନା ହେଉଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ। ତେବେ, ପ୍ରଥମେ ନିଜର ସମର୍ଥକଙ୍କ ସହ ଆଲୋଚନା କରି ସ୍ଥିତି ସ୍ପଷ୍ଟ କରିବାପରେ ପ୍ରଶାନ୍ତଙ୍କୁ ନେଇ ଜଗତସିଂହପୁରରେ ଚିରଞ୍ଜୀବ ବୈଠକ କରିବାର ଯୋଜନା ରଖିଥିବା ଜଣାପଡ଼ିଛି।

କଂଗ୍ରେସ ଉପରେ ନିଜର ଅସନ୍ତୋଷ ଝାଡ଼ିଲେ
କଂଗ୍ରେସରୁ ପ୍ରାର୍ଥୀ ନହେବା ପାଇଁ ମନସ୍ଥ କରିଥିଲେ ବୋଲି କହିଲେ

ଆଜିର ବୈଠକରେ କେତେକ କର୍ମୀ ଓ ସମର୍ଥକ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡିରେ କାହିଁକି ମିଶିଲେ, କାହିଁକି ପ୍ରାର୍ଥୀ ହେଲେ ନାହିଁ ଓ ଆମକୁ କାହିଁକି ବିଜେଡିରେ ମିଶାଉଥିଲେ ବୋଲି ସେମାନେ ଚିରବଞ୍ଜୀବଙ୍କୁ ପ୍ରଶ୍ନ କରିଥିଲେ। ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ଚିରଞ୍ଜୀବ କହିଥିଲେ, ‘କଂଗ୍ରେସରେ ଥିଲା ବେଳେ ୯ରୁ ୯୦ ଆସନର ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ଖାଲି କଂଗ୍ରେସ ଭବନରେ ବସି ଭାଷଣ ଦେଲେ ହେବନାହିଁ। ଏବେ କଂଗ୍ରେସର ଅବସ୍ଥା ଯାହା, ସେଥିରେ ୯ରୁ ୯୦ ହେବ ନା ୨/୩ କି ଶୂନ ହେବ, ତାହା ଆପଣମାନେ ଅନୁଭବ କରୁଥିବେ।’ ଏଥିସହିତ କଂଗ୍ରେସ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି। ଯେଉଁଦିନ ନିଲମ୍ବନ ଦଳ ତାଙ୍କୁ ନିଲମ୍ବନ କରିଥିଲା ଶରତ ପଟ୍ଟନାୟକ ଦଳରେ ଥିବାପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ, ବିଜେଡି ନେତୃବୃନ୍ଦ ତାଙ୍କୁ ନିମନ୍ତ୍ରଣ କରି ଦଳରେ ସାମିଲ କଲେ। ସେ ଟିକେଟ ପାଇବେ ବୋଲି ଆଶା କରିଥିଲେ।

ମାତ୍ର, ବିଭିନ୍ନ କାରଣରୁ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁରରୁ ଟିକେଟ ଦିଆଗଲା। ଏହି ପରିପ୍ରେକ୍ଷୀରେ ଚିରଞ୍ଜୀବ କହିଥିଲେ, ‘ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆମକୁ ଜିତାଇବାକୁ ପଡ଼ିବ। ଆପଣମାନେ ଭାବୁଥିବେ, ପ୍ରଶାନ୍ତ ମୁଦୁଲି ବିଧାୟକ ହେଲେ ଆପଣଙ୍କୁ ନିର୍ଯାତନା ସହିବାକୁ ପଡ଼ିବ। କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ସେମିତି କିଛି ହେବ ନାହିଁ।’ ‘ଜୁନ୍, ଜୁଲାଇ ଯାଏଁ ଅପେକ୍ଷା କରନ୍ତୁ କ୍ଷୀର-କ୍ଷୀର ପାଣି-ପାଣି ହୋଇଯିବ’ ବୋଲି ଚିରଞ୍ଜୀବ କହିଥି‌ଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button