ଅପରାଧ

ଇ-ସ୍କୁଟର ବିକ୍ରି ଆଳରେ ଠକେଇ: ୪୯,୬୦୦ ଟଙ୍କା ଲୁଟିଲେ ସାଇବର ଠକ – Kalinga News

[ad_1]

ରାୟଗଡ଼ା: ସାଇବର ଲୁ‌ଟେରାଙ୍କ ଶିକାର ହୋଇଛନ୍ତି ରାୟଗଡ଼ା ସହରର ଗଣମାଧ୍ୟମ ପ୍ରତିନିଧି ଗୁରୁ ପ୍ରସାଦ ସାହୁ। ତିନିଟି କିସ୍ତିରେ ମୋଟ ୪୯,୬୦୦ ଟଙ୍କା ହରାଇବା ପରେ ସାଇବର୍‌ ଥାନାରେ ଅଭିଯୋଗ କରିବା ସହ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି। ଇ-ସ୍କୁଟର ବିକ୍ରି ଆଳରେ ଲୁଟେରା ଟଙ୍କା ଠକି ନେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

କିଛି ଦିନ ତଳେ ଗୁରୁ ପ୍ରସାଦଙ୍କ ହ୍ବାଟସ୍‌ ଆପ୍‌କୁ ଇ-ସ୍କୁଟର କଂପାନିର ବିଜ୍ଞାପନ ଆସିଥିଲା। ପରବର୍ତ୍ତୀ ସମୟରେ ସାଇବର ଠକ ମୋବାଇଲ ଫୋନ୍‌ରେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିଥିଲେ। ଗାଡ଼ି ବୁକିଂ କରିବା ପାଇଁ ପ୍ରଥମ କିସ୍ତିରେ ୯୯୯ ଟଙ୍କା ଜମା କରିବାକୁ କୁହାଗଲା। ସେତକ ଟଙ୍କା ଗୁରୁ ପ୍ରସାଦ ଜମା କରିବା ପରେ ଆଉ ଗୋଟିଏ ମୋବାଇଲ ନମ୍ବରରୁ ତାଙ୍କୁ ଫୋନ୍‌ ଆସିଲା। ଏଥର ଗାଡ଼ି ବାବଦରେ ୨୦,୦୦୦ ଟଙ୍କା ଡାଉନ୍‌ ପେମେଣ୍ଟ ଦେବାକୁ କୁହାଗଲା। ବଳକା ଟଙ୍କା ଫାଇନାନ୍ସ ହୋଇଯିବ ବୋଲି କୁହାଯିବାରୁ ଗୁରୁ ପ୍ରସାଦ ଟଙ୍କା ଜମା କରିଥିଲେ। ତୃତୀୟ ଥର ସାଇବର ଲୁଟେରା ଫୋନ୍‌ କରି ଗାଡ଼ିର ମାଲିକାନା ଏବଂ ପଞ୍ଜୀକରଣ ନିମନ୍ତେ ୨୮,୬୦୦ ଟଙ୍କା ଜମା କରିବାକୁ କହିଲା।

ବିଶ୍ବାସ ଜନ୍ମାଇବା ପାଇଁ ଏହି ଟଙ୍କା ଜମା ହେବାର ୨୦ ମିନିଟ୍‌ ପରେ ଫେରାଇ ଦିଆଯିବ ବୋଲି କହିଥିଲା। ବିଶ୍ବାସ କରି ତୃତୀୟ କିସ୍ତିରେ ଗୁରୁ ପ୍ରସାଦ ୨୮,୬୦୦ ଟଙ୍କା ଜମା କଲେ। ଗୋଟିଏ ଘଣ୍ଟା ଅପେକ୍ଷା କରିବା ପରେ ବି ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରିଲା ନାହିଁ। ‌ତେଣୁ ଟଙ୍କା ଫେରସ୍ତ କରିବାକୁ ଗୁରୁ ପ୍ରସାଦ ଫୋନ୍‌ କଲେ। ଏଥର ସାଇବର ଲୁଟେରାର ସ୍ବର ବଦଳି ଯାଇଥିଲା। ଫାଇନାନ୍ସ ହୋଇପାରିବ ନାହିଁ, ପୂରା ଟଙ୍କା ଜମା କଲେ ଗାଡ଼ି ମିଳିବ ବୋଲି କହିଲା। ଏତିକି କଥାରୁ ଲୁଟ୍‌ର ଶିକାର ହୋଇଥିବା ଗୁରୁ ପ୍ରସାଦ ଜାଣିପାରିଥିଲେ। ତେଣୁ ସାଇବର ଅପରାଧ ପାଇଁ ରହିଥିବା ନମ୍ବର ୧୯୩୦କୁ ଯୋଗାଯୋଗ କରିଥିଲେ। ସମସ୍ତ ତଥ୍ୟ ସହ ପ୍ରମାଣ ମଧ୍ୟ ଦେଇଥିଲେ। ଘଟଣା ୧୬ ତାରିଖରେ ଘଟିଥିବା ବେଳେ ୮ଦିନ ପର୍ଯ୍ୟନ୍ତ ସାଇବର ପୁଲିସକୁ କୌଣସି ସଫଳତା ମିଳିନଥିଲା। ଲୁଟେରା ବିହାର-ନେପାଳ ସୀମାରେ ରହିଥିବା ସାଇବର ପୁଲିସ ସୂଚନା ଦେଇଥିଲା। ଏପରିକି ସ୍ଥାନୀୟ ଥାନାରେ ଏତଲା ଦେବାକୁ ମଧ୍ୟ ତାଙ୍କୁ ପରାମର୍ଶ ଦିଆଗଲା। ତେଣୁ ଗୁରୁବାର ଦିନ ଗୁରୁ ପ୍ରସାଦ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button