ଅପରାଧ

ନବରାତ୍ରୀ ସମୟରେ ନିରାମିଷ ବଦଳରେ ଗ୍ରାହକଙ୍କୁ ଅମିଷ ମୋମୋ ଦେଇଦେଲା ଜୋମାଟୋ – Kalinga News

[ad_1]

ମୁମ୍ବାଇ: ଫୁଡ୍‌ ଡେଲିଭରିଂ କମ୍ପାନି ଜୋମାଟୋ ବିରୋଧରେ ପୂର୍ବରୁ ଗ୍ରାହକମାନେ ଅନେକ ଅଭିଯୋଗ ଆଣିଥିବା ବେଳେ ଏବେ ନୂଆ ଏକ ଅଭିଯୋଗ ଦେଖିବାକୁ ମିଳିଛି।

ଆକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିଯୋଗ ଆଣିଛନ୍ତି ଯେ ନବରାତ୍ରୀ ସମୟରେ ଜୋମ‌ାଟୋ ତାଙ୍କୁ ନିରାମିଷ ବଦଳରେ ଆମିଷ ଖାଦ୍ୟ ପରଷିଛି।

ତାଙ୍କ କହିବାନୁସାରେ, ସେ ଜଣେ ଶୁଦ୍ଧ ଶାକାହାରୀ। ସେ ଭେଜ୍‌-ମୋମୋ ବରାଦ କରିଥିଲେ। ହେଲେ ତାଙ୍କ ପାଖରେ ଆସି ଚିକେନ୍‌ ମୋମୋ ପହଞ୍ଚିଥିଲା। ଆକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ  ଏହି ଘଟଣାକୁ ସେୟାର କରିଛନ୍ତି।

 

ନବରାତ୍ରୀ ସମୟରେ ଏପରି ଏକ ଭୁଲ୍‌ ଘଟିଥିବାରୁ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଖୁବ୍ ଜୋର୍‌ ଚର୍ଚ୍ଚା ହେଉଛି। ତେବେ ଜୋମାଟୋ ପକ୍ଷରୁ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଜୋମାଟୋ ଏକ ଏକ୍ସ ପୋଷ୍ଟ୍‌ କରି କହିଛି ଯେ ଏହା ଏକ ସାଂଘାତିକ ଭୁଲ୍‌। ଦୟକରି ଅର୍ଡର ଆଇଡି ପଠାଇଲେ ଆମେ ଏହାର ସମାଧାନ ଶ୍ରୀଘ୍ର କାଢ଼ିବୁ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button