ଅପରାଧ

ସୁନ୍ଦରଗଡ଼ରେ ଫୁଟିଲା ଗୁଳି: ୪ ଗିରଫ, ଜଣେ ଫେରାର – Kalinga News

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କୁଲବାରେ ଫୁଟିଲା ଗୁଳି। ଗତକାଲି ରାତି ସାଢେ ୯ଟାରେ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ଗାଁ ମଝିରେ କୁଲବାର ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ଗୁଳି ଚଲାଇବା ସହ ତାଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ଭବାନୀଙ୍କ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ।

ଗାଁ ଲୋକେ ଦୁର୍ବୃତ୍ତମାନଙ୍କୁ କାବୁ କରିଥିଲେ। ଜଣେ ଫେରାର ହୋଇ ଯାଇଥିବାବେଳେ ୪ ଜଣକୁ ପୁଲିସ ଗିରଫ କରିଛି। ଜଣେ ଅଭିଯୁକ୍ତ ସମ୍ବଲପୁରର ଓ ଅନ୍ୟ ୩ ଜଣ ସୁନ୍ଦରଗଡ଼ ସହରର ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ସୂଚନା ଦେଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button