ବସ୍ ସମୟ ନିର୍ଘଣ୍ଟକୁ ଗଣ୍ଡଗୋଳ: ବାରିପଦା ବସ୍ଷ୍ଟାଣ୍ଡରେ ବୁଲିଲା ଖଣ୍ଡା, ୫ ଆହତ – Kalinga News

[ad_1]
ବାରିପଦା: ବସ୍ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍ଷ୍ଟାଣ୍ଡରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଖଣ୍ଡା ଚୋଟରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ୩ ଜଣ ଆକ୍ରମଣକାରୀଙ୍କ ଉଠାଇ ନେଇ ଥାନାରେ ପଚରାଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁର୍ଗା ନାମକ ଏକ ଘରୋଇ ବସ୍ ବାରିପଦାରୁ ବ୍ରହ୍ମପୁରକୁ ଅଧିକାଂଶ ଦିନ ବିଳମ୍ବରେ ଯାଏ। ଏହାକୁ ନେଇ ଆଜି ରାତି ୮ ଟାରେ ଦୁର୍ଗା ବସ୍ ମ୍ୟାନେଜରଙ୍କୁ କିଛି ଜଣ ମାରପିଟ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ଗୋଷ୍ଠୀର କିଛି ଯୁବକ ଖଣ୍ଡା ଓ ଭୁଜାଲି ଧରି ବସ୍ଷ୍ଟାଣ୍ଡରେ ପହଁଚି ଥିଲେ। ତାପରେ ହାଣି ଚାଲିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ଏହାକୁ ନେଇ ବସ୍ ଷ୍ଟାଣ୍ଡ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ୩ ଜଣ ଆକ୍ରମଣକାରୀ ଙ୍କୁ ବାରିପଦା ଟାଉନ୍ ପୁଲିସ ଉଠାଇ ନେଇଛି।
[ad_2]




