ଏସୀୟ କୁସ୍ତି: ଅଂଜୁ, ହର୍ଷିତାଙ୍କୁ ରୌପ୍ୟ – Kalinga News

[ad_1]
ବିସକେକ୍ (କିର୍ଗିଜସ୍ତାନ): ଭାରତୀୟ ଯୁବା କୁସ୍ତିବିତ୍ ଅଂଜୁ ଓ ହର୍ଷିତା ଏଠାରେ ଚାଲିଥିବା ଏସୀୟ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ଜିତିଛନ୍ତି। ଉଭୟ ଫାଇନାଲ୍ରେ ପରାଜିତ ହୋଇ ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ମନୀଷା ଭନୱାଲ (୬୨ କେଜି) ଓ ଅନ୍ତିମ କୁଣ୍ଡୁ (୬୫ କେଜି) କାଂସ୍ୟ ପଦକ ଜିତିବାରୁ ଚତୁର୍ଥ ଦିନ ଭାରତକୁ ୪ ପଦକ ମିଳିଛି। ସରିତା ମୋର କିନ୍ତୁ ପ୍ରଥମ ପର୍ଯ୍ୟାୟରୁ ହାରି ବିଦାୟ ନେଇଛନ୍ତି। ରବିବାର ୫୩ କିଲୋଗ୍ରାମ ଓଜନ ବର୍ଗରେ ଅଂଜୁ ବୈଷୟିକ ଶ୍ରେଷ୍ଠତା ଭିତ୍ତିରେ ଯଥାକ୍ରମେ ଫିଲିପାଇନ୍ସର ଆଲିଆ ରୋଜ ଗାଭାଲେଜ ଓ ଶ୍ରୀଲଙ୍କାର ନେଥମି ଆହିଂସା ଫର୍ଣ୍ଣାଣ୍ଡୋଙ୍କୁ ହରାଇ ସେମିଫାଇନାଲ୍ରେ ପହଞ୍ଚିଥିଲେ। ନିକଟରେ ଭିନେଶ ଫୋଗଟଙ୍କୁ ଚୟନ ପ୍ରକ୍ରିୟାରେ ହରାଇଥିବା ଅଂଜୁ ସେମିଫାଇନାଲ୍ରେ ଚୀନ୍ର ଚୁନ୍ ଲେଇଙ୍କୁ ୯-୬ରେ ମାତ୍ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ ସେ କୋରିଆର ଜି ହ୍ୟାଙ୍ଗ କିମ୍ଙ୍କଠୁ ୦-୧୦ରେ ହାରିଯାଇଥିଲେ। ସେହିପରି ହର୍ଷିତା ଉଜବେକିସ୍ତାନର ଓଜୋଡ଼ା ଜାରିପବୋଏଭାଙ୍କୁ ୧୩-୩ ଓ କାଜାଖସ୍ତାନର ଆନାସ୍ତାସିୟା ପାନାସୋଭିକ୍ଙ୍କୁ ୫-୦ରେ ଫାଇନାଲ୍ରେ ପହଞ୍ଚିଛନ୍ତି। ଫାଇନାଲ୍ରେ ସେ ଚୀନ୍ର କ୍ବିଆନ୍ ଝିଆଙ୍ଗଙ୍କଠୁ ୨-୫ରେ ପରାସ୍ତ ହୋଇଥିଲେ। ୨୦୨୧ ବିଶ୍ବ କାଂସ୍ୟ ବିଜୟିନୀ ସରିତା କ୍ବାର୍ଟରଫାଇନାଲ୍ରେ ମଙ୍ଗୋଲିଆର ଗାନ୍ତୁୟା ଏନଖବାତଙ୍କଠୁ ୪-୮ରେ ହାରିଯାଇଥିଲେ।
[ad_2]