ସଲମାନ ଖାନ୍ଙ୍କ ଘରକୁ ଗୁଳିମାଡ଼ – Kalinga News
[ad_1]
ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍ଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସଦସ୍ୟମାନେ ଗୁଳିମାଡ଼ କରିଛନ୍ତି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଛି। ପୁଲିସର ସୂଚନାନୁସାରେ, ଆଜି ଭୋର ୪ଟା ୫୧ ମିନିଟରେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍ର ବାହାରେ ଗୁଳିମାଡ଼ ହୋଇଥିଲା। ଆଖପାଖର ସିସିଟିଭି ଯାଞ୍ଚ ପରେ ଦୁଇଜଣ ମୋଟରସାଇକଲ ଆରୋହୀ ସଲମାନଙ୍କ ଘରକୁ ଲକ୍ଷ୍ୟ କରି ଗୁଳି କରିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦେଇଛି। କ୍ରାଇମ୍ ବ୍ରାଞ୍ଚ, ସ୍ଥାନୀୟ ପୁଲିସ ଓ ଫରେନ୍ସିକ୍ ଟିମ୍ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।
ଅପରପକ୍ଷରେ ଜେଲ୍ରେ ବନ୍ଦୀ ଥିବା କୁଖ୍ୟାତ ମାଫିଆ ଡନ୍ ଲରେନ୍ସ ବିଷ୍ଣୋଇର ଭାଇ ଅନ୍ମୋଲ୍ ଓରଫ ଭାନୁ ସାମାଜିକ ଗଣମାଧ୍ୟମରେ ଏହି ଗୁଳିକାଣ୍ଡ ପାଇଁ ବିଷ୍ଣୋଇ ଗ୍ୟାଙ୍ଗ୍କୁ ଦାୟୀ କରି ଏକ ପୋଷ୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ସେ କହିଛି ଯେ ଅତ୍ୟାଚାର ବିରୋଧୀ ଯୁଦ୍ଧରେ ଟ୍ରେଲର ଦେଖାଇବା ପାଇଁ ଏହା କରାଯାଇଛି। ଏହା ଦ୍ବାରା ଆମ କ୍ଷମତା ସମ୍ପର୍କରେ ଚେତାଇ ଦେବାକୁ ଏହି ଗୁଳିମାଡ଼ କରିଛୁ। ‘ଏହା ଶେଷ ଚେତାବନୀ, ସେ (ସଲମାନ ଖାଁ) ଯେଉଁ ଦାଉଦ୍ ଇବ୍ରାହିମ୍ ଓ ଛୋଟା ସକିଲକୁ ଭଗବାନ ବୋଲି ମାନୁଛି, ସେମାନଙ୍କ ନାମରେ ଆମେ ଦୁଇଟି କୁକୁରକୁ ପାଳିଛୁ। ଏହଠାରୁ ଅଧିକ କିଛି କହିବା ଆମ ଅଭ୍ୟାସ ନାହିଁ।’ ବୋଲି ସେ କହିଛି। ସୂଚନାଯୋଗ୍ୟ ଅନ୍ମୋଲ୍, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଅଟେ। ୨୦୨୩ରେ ତାକୁ କେନିଆରୁ ଗିରଫ କରି ଭାରତ ଅଣାଯାଇଥିଲା।
[ad_2]