୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ଶେଫାଳି ସର୍ବକନିଷ୍ଠା – Kalinga News

[ad_1]
ଭାରତୀୟ ଦଳର ଯୁବା ପ୍ରାରମ୍ଭିକ ବ୍ୟାଟର୍ ଶେଫାଳି ବର୍ମା ଗୁରୁବାର ବ୍ୟକ୍ତିଗତ ଭାବେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ବାଂଲାଦେଶ ବିପକ୍ଷ ପଞ୍ଚମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ପଡ଼ିଆକୁ ଆସିବା ମାତ୍ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜ ୧୦୦ତମ ମ୍ୟାଚ୍ ଖେଳିଥିଲେ। ଭାରତ ପାଇଁ ସେ ୭୩ ଟ୍ବେଣ୍ଟି-୨୦, ୨୩ ଦିନିନିଆ ଓ ୪ ଟେଷ୍ଟ୍ ଖେଳିଛନ୍ତି। ଏଥି ସହିତ ଶେଫାଳି (୨୦ ବର୍ଷ ୧୦୨ ଦିନ) ମଧ୍ୟ ସର୍ବକନିଷ୍ଠା ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦୦ ମ୍ୟାଚ୍ ପୂର୍ଣ୍ଣ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍ର ସେମାଇନ୍ କ୍ୟାମ୍ପବେଲ୍ (୨୧ ବର୍ଷ ୧୮ ଦିନ)ଙ୍କ ନାମରେ ଥିଲା। ଶେଫାଳି ୨୦୧୯ରେ ମାତ୍ର ୧୫ ବର୍ଷ ବୟସରେ ସୁରତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏତେ କମ୍ ବୟସରେ ଶେଫାଳି ୨ଟି ଟ୍ବେଣ୍ଟି-୨୦ ବିଶ୍ବକପ୍, ଗୋଟିଏ ଦିନିକିଆ ବିଶ୍ବକପ୍, ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରି ସାରିଛନ୍ତି। ୨୦୨୩ରେ ତାଙ୍କ ନେତୃତ୍ବରେ ଭାରତ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିଲା।
[ad_2]