ସନ୍ତାନପ୍ରାପ୍ତି ପୂଜା ଆଳରେ ଅସଦାଚରଣ ବନ୍ଧାହେଲେ ୩ ଭଣ୍ଡ କାଳିଶି – Kalinga News

[ad_1]
ଭୁବନେଶ୍ବର: ପୁତ୍ର ସନ୍ତାନପ୍ରାପ୍ତି ପୂଜା ବାହାନାରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୩ ମଙ୍ଗଳା ପୂଜକ ବେଶଧାରୀ ଭଣ୍ଡ କାଳିଶିଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ରବୀନ୍ଦ୍ର ରଣା, ସୁଶାନ୍ତ ମହାପାତ୍ର ଓ କଣ୍ଡୁରି ମହାପାତ୍ର। ପୁଲିସର ସୂଚନାନୁସାରେ, ଅଭିଯୁକ୍ତମାନେ ମା’ ମଙ୍ଗଳାଙ୍କ ମୂର୍ତ୍ତିକୁ ମୁଣ୍ଡରେ ବୋହି ବସ୍ତିରୁ ବସ୍ତି ବୁଲନ୍ତି। ବସ୍ତିବାସିନ୍ଦାମାନେ ମା’ ମଙ୍ଗଳାଙ୍କ ପୂଜା ପାଇଁ ସେମାନଙ୍କୁ ଟଙ୍କା ପଇସା ଦେଇଥାଆନ୍ତି। କେହି କେହି ବିଭିନ୍ନ ମାନସିକ ପୂରଣ ପାଇଁ ସେମାନଙ୍କୁ ମା’ଙ୍କ ସ୍ବତନ୍ତ୍ର ପୂଜା ଲାଗି ଦାବି ମୁତାବକ ଅଧିକ ପଇସା ଦେଇଥାଆନ୍ତି। ଏବେ ମା’ଙ୍କ ବାସନ୍ତିକ ପୂଜା ଚାଲିଥିବାରୁ ଏତିକିବେଳେ ସବୁ ମାନସିକ ପୂରଣ ହେବ ବୋଲି ସେମାନେ ଲୋକଙ୍କୁ ବୁଝାଉଥିଲେ। କାଳିଶିଙ୍କ ଉପରେ ବିଶ୍ବାସ ରଖିଥିବା ଜଣେ ବୃଦ୍ଧା ସେମାନଙ୍କୁ ଡାକି ତାଙ୍କ ମାନସିକ କଥା କହିଥିଲେ। ତାଙ୍କ ବୋହୂ ନିଃସନ୍ତାନ ଥିବା ନେଇ କାଳିଶିମାନଙ୍କୁ ସେ ଜଣାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ବୃଦ୍ଧାଙ୍କଠାରୁ ଭଲ ଅର୍ଥ ଝଡ଼ାଇବା ଯୋଜନା କରି ସେମାନେ ବାସନ୍ତିକ ପୂଜା ଅବସରରେ ମା’ଙ୍କ ସ୍ବତନ୍ତ୍ର ପୂଜା କଥା କହିଥିଲେ। କାଳିଶି ରବୀନ୍ଦ୍ର ମନରେ ଥିଲା ଆଉ ଏକ ଯୋଜନା। ସେ ବୋହୂଙ୍କ ଉପରେ ଲୋଲୁପଦୃଷ୍ଟି ପକାଇଥିଲା। ପୂଜା ପାଇଁ ଏକ ନୂଆଶାଢ଼ି ଓ ୨,୦୦୦ ଟଙ୍କା ଦାବି କରିଥିଲା। ବୃଦ୍ଧା ସବୁ ଯୋଗାଡ଼ କରିଥିଲେ। ଆଜି ପୂଜା ପାଇଁ ରବୀନ୍ଦ୍ର ମହିଳାଙ୍କୁ ଏକ ଘରେ ପୂରାଇ ଭିତରୁ କବାଟ କିଳି ଦେଇଥିଲା। ବାହାରେ ବୃଦ୍ଧାଙ୍କ ସହ ଅନ୍ୟ ୨ କାଳିଶି ଅପେକ୍ଷା କରିଥିଲେ। ଭିତରେ ରବୀନ୍ଦ୍ର ମହିଳାଙ୍କୁ ନୂଆଶାଢ଼ି ପିନ୍ଧାଇବାକୁ ଯାଇ ଅସଦାଚରଣ କରିଥିଲା। ମହିଳା ସବୁ ବୁଝିପାରି ଚିତ୍କାର କରିଥିଲେ। ଚିତ୍କାର ଶୁଣି କଣ୍ଡୁରି ଓ ସୁଶାନ୍ତ ସେଠାରୁ ଦୌଡ଼ିଥିଲେ। କିନ୍ତୁ ଶାଶୂଙ୍କ ପାଟି ଶୁଣି ଧାଇଁଆସିଥିବା ପଡ଼ୋଶୀମାନେ ତିନିଭଣ୍ଡଙ୍କୁ କାବୁ କରିଥିଲେ। ଭଣ୍ଡଙ୍କୁ ବହେ ଛେଚିବା ପରେ ବସ୍ତିବାସିନ୍ଦା ସେମାନଙ୍କୁ ପୁଲିସ ଜିମା ଦେଇଥିଲେ।
[ad_2]