ଆଜି ବିଜେପିରେ ମିଶିବେ ଅମରେନ୍ଦ୍ର – Kalinga News

[ad_1]
ବିଜେଡି ପତାକା ପୋଡ଼ି ବିକ୍ଷୋଭ; ଅବିଚାର ବିରୋଧରେ ଜବାବ ଦେବାକୁ ଘୋଷଣା
ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଅନ୍ୟତମ ପ୍ରମୁଖ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଗତକାଲି ଦଳରୁ ଇସ୍ତଫା ଦେବାପରେ ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତକାଲି(ଶୁକ୍ରବାର) ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି। ଅମରେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ସେ ନିରନ୍ତର ଭାବେ ବିଜେଡି ପାଇଁ କାମ କରି ଆସୁଥିଲେ ମଧ୍ୟ ଦଳ ତାଙ୍କପ୍ରତି ଅବିଚାର କରିଛି। ଯେଉଁମାନେ ପ୍ରକୃତରେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ବ୍ୟବହାର କରି ଗୋଇଠାମାରି ବିଦା କରାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ, ଓଡ଼ିଶାର ବିକାଶର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି, ଆଦର୍ଶରେ ପ୍ରଭାବିତ ହୋଇ ସେ ବିଜେପିରେ ମିଶୁଥିବା କହିଛନ୍ତି। ଅନ୍ୟପକ୍ଷରେ, ଅମରେନ୍ଦ୍ରଙ୍କ ସମର୍ଥକମାନେ ବିଜେଡି ବିରୋଧରେ ନାରାବାଜି ଦେଇଛନ୍ତି। ବିଜେଡି ପତାକା, ଗାମୁଛା, ଟୋପି ଓ ଅନ୍ୟ ସାମଗ୍ରୀକୁ ଗଦା କରି ନିଆଁ ଲଗାଇଛନ୍ତି। ବିଜେଡି କରିଥିବା ଅବିଚାରର ଜବାବ ଭୋଟରେ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଆଜି ଅବରେନ୍ଦ୍ରଙ୍କ ବୈଠକରେ ଜଗତସିଂହପୁର, ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ପୂର୍ବତନ ସରପଞ୍ଚ, ସଂଗଠକ, ପୌରାଞ୍ଚଳର କର୍ମୀ ଓ ପୂର୍ବତନ କାଉନସିଲରମାନେ ଯୋଗ ଦେଇଥିଲେ।
[ad_2]