ରାଜନୀତି

ଅନୁଗୁଳ ଦୁର୍ଗ ଦଖଲ ପାଇଁ ବିଜେପିର କସରତ: ବିଜେପି ଶକ୍ତି ଭୋଟ୍‌ହାର ବୃଦ୍ଧି, ଆଗୁଆ ପ୍ରାର୍ଥୀ ଘୋଷଣା – Kalinga News

[ad_1]

ଏଯାବତ୍‌ ବିଜେଡିରୁ ପ୍ରାର୍ଥୀ କିଏ ସ୍ପଷ୍ଟ ହୋଇନି

ଅନୁଗୁଳ: ଅନୁଗୁଳ ବିଧାନସଭା ଆସନ ପାଇଁ ବିଜେଡି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି। ଲଗାତାର ୪ ଥର ହେଲା ଏଠା‌ରେ ବିଧାୟକ ଭାବେ ଜିତି ଆସୁଥିବା ରଜନୀକାନ୍ତ ସିଂହଙ୍କୁ ଦଳ ପୁଣି ଭରସା କରିବ କି ନୂଆ ପ୍ରାର୍ଥୀ ସହ ନିର୍ବାଚନକୁ ଓହ୍ଲାଇବ ତାହା ଚୂଡ଼ାନ୍ତ ହୋଇପାରୁନି। ଏହି ଆସନରେ ଏକାଧିକ ଆଶାୟୀ ଥିବାରୁ ଦଳ ମାପିଚୁପି ଆଗକୁ ବଢ଼ୁଛି। କାହାକୁ ଟିକେଟ ଦେଲେ, ଜିତିବା ସମ୍ଭାବନା ଅଧିକ ରହିବ ତା’ର ତର୍ଜମା ଚାଲିଛି। ସେହିପରି ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଫର୍ମୁଲା ଖୋଜୁଛି ଦଳ। ଏଥିପାଇଁ ଟିକେଟ ଘୋଷଣା ବିଳମ୍ବିତ ହେଉଥିବା କୁହାଯାଉଛି। ବିଧାୟକ ରଜନୀକାନ୍ତ ସିଂହ କିମ୍ବା ତାଙ୍କ ପତ୍ନୀ ସଂଯୁକ୍ତା ସିଂହ ଏଠାରୁ ଟିକେଟ ପାଇବା ନେଇ ଚର୍ଚ୍ଚା ଚାଲିଥିଲାବେଳେ ଦିନ ବଢ଼ିବା ସହ ନୂଆ ନୂଆ ନାଁ ସାମ୍‌ନାକୁ ଆସୁଛି। ଏପରିକି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଯୁବବିଜେଡି ସଭାପତି ଦିନେଶ ପ୍ରଧାନ ଓ ଜଣେ ବ୍ୟବସାୟୀଙ୍କ ନାମକୁ ନେଇ ଆଲୋଚନା ହେଉଛି। ଏହାବାଦ୍‌ ଆହୁରି ଅଧା ଡଜନ ନେତା ଟିକେଟ ଲବିରେ ଅଛନ୍ତି। ବିଜେଡିର ଭୋଟ ହାର କ୍ରମାଗତ ଭାବେ ଖସି ଚାଲିଥିଲାବେଳେ ଏକାଧିକ ଆଶାୟୀ ଶୀର୍ଷ ନେତୃତ୍ବଙ୍କ ଚିନ୍ତା ବଢ଼ାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୦୯ରେ ବିଜେଡିକୁ ୪୯.୭ ପ୍ରତିଶତ ଭୋଟ ମିଳିଥିଲାବେଳେ ୨୦୧୪ରେ ଏହା ୪୭.୮୭କୁ ଖସିଥିଲା। ଆଉ ୨୦୧୯ରେ ବିଜେଡିକୁ ମିଳିଛି ୪୧.୩୬ ପ୍ରତିଶତ ଭୋଟ। ଏପଟେ ବିଜେପି ନିଜ ଭୋଟ୍‌ହାର ଉଲ୍ଲେଖନୀୟ ଭାବେ ବଢ଼ାଇ ଚାଲିଛି। ୨୦୦୯ରେ ମାତ୍ର ୯.୫ ପ୍ରତିଶତ ଭୋଟ ପାଇଥିବା ବିଜେପି ଗତ ୨୦୧୯ରେ ୩୫.୭୮ ପ୍ରତିଶତ ଭୋଟ ପାଇଛି। ବିଜେପି ପ୍ରାର୍ଥୀ ଗତ ନିର୍ବାଚନରେ ୮ ହଜାରରୁ ଅଧିକ ଭୋଟରେ ହାରିଥିଲେ ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ। ଏ ଭିତରେ ବିଜେପି ଶକ୍ତିବୃଦ୍ଧି କରିବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳକୁ ଫୋକସ୍‌ କରିବା ପରେ କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି। ପୁଣି ଦଳ ଆଗୁଆ ପ୍ରତାପ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସେ ନିର୍ବାଚନମଣ୍ଡଳୀ ବୁଲି ବୁଲି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫଳରେ, ବିଜେଡିର ଅନୁଗୁଳ ଦୁର୍ଗ ଦଖଲ କରିବାକୁ ବିଜେପି ଜୋରଦାର୍‌ ଉଦ୍ୟମ କରୁଥିଲାବେଳେ ବିଜେଡି କେବେ ନିର୍ବାଚନ ମଇଦାନକୁ ଓହ୍ଲାଉଛି ତା’କୁ ଅପେକ୍ଷା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button