ଅପରାଧ

ଜେଲ୍‌ଗଲେ ରାଜୁ ବଙ୍ଗାଳୀ ସମେତ ୩, ନଦୀ ବାଲିରେ ପୋତିଥା’ନ୍ତେ ଶବ – Kalinga News

[ad_1]

କୁଆଖ‌ାଇ ବନ୍ଧରୁ ଯୁବତୀଙ୍କ ମୃତଦେହ ଜବତ ମାମଲା

ଧଉଳି: ଲିଙ୍ଗିପୁର କୁଆଖାଇ ନଦୀବନ୍ଧରୁ ଯୁବତୀ ଭାଗ୍ୟ ଡାକୁଆଙ୍କ ମୃତଦେହ ଜବତ ମାମଲାରେ ଧଉଳି ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାଗ୍ୟଙ୍କୁ ଭଲ ପାଇ ଲିଭ୍‌ ଇନ୍‌ରେ ରହୁଥିବା ରାଜୁ ଶେଖ୍‌ ଓରଫ୍ ରାଜୁ ବଙ୍ଗାଳୀ(୩୦), ଓବାଇଦୁର ରେହେମନ (୨୨) ଓ ଜୁନାରୁଲ୍‌ ଶେଖ୍‌(୧୯)। ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଥାନା ମାହଲଦରପଡ଼ା ଗାଁର। ଭାଗ୍ୟ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛି ବୋଲି ରାଜୁ ବଙ୍ଗାଳୀ କହିଛି। କିନ୍ତୁ ମୃତଦେହକୁ ନଦୀ ବାଲିରେ ପୋତି ପ୍ରମାଣ ନଷ୍ଟ କରିବାକୁ ରାଜୁ ବଙ୍ଗାଳୀ ଯୋଜନା କରିଥିବା ଜଣାପଡ଼ିବାରେ ଭାଗ୍ୟଙ୍କୁ ସେ ତଣ୍ଟିଚିପି ମାରିଦେଇଥିବା ସନ୍ଦେହ କରାଯାଉଛି। ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫୋରେନ୍‌ସିକ୍‌ ରିପୋର୍ଟ ମିଳିବା ପରେ ଭାଗ୍ୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କିନ୍ତୁ ପୁଲିସ ଭାଗ୍ୟଙ୍କ ବାପା ହିନ ଡାକୁଆଙ୍କ ଅଭିଯୋଗ ଓ ପାରିପାର୍ଶ୍ବିକ ସ୍ଥିତିକୁ ଆଧାର କରି ୩୦୨ ଦଫାରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ସମସ୍ତ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ଆଜି ଧଉଳି ଥାନା ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ପୁଲିସ ରାଜୁ ବଙ୍ଗାଳୀ ଘରୁ ଗୋଟିଏ ପନିକି ଜବତ କରିଛି। ସେହି ପନିକିରେ ସେ ଭାଗ୍ୟ ବେକରେ ବନ୍ଧା ହୋଇଥିବା ଶାଢ଼ିକୁ କାଟିଥିବା କହିଛି। ସେହିଭଳି ମୃତଦେହ ବୋହିବାରେ ବ୍ୟବହୃତ ୨ ବାଇକ୍‌ ଓ ୩ ଅଭିଯୁକ୍ତଙ୍କ ୩ ମୋବାଇଲ୍‌ ଜବତ କରାଯାଇଛି। ଆଗକୁ ଅଧିକ ତଦନ୍ତ ପାଇଁ ରାଜୁ ବଙ୍ଗାଳୀକୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି। ପୂରା କାହାଣୀ ଉପରେ ପୁଲିସ ଦେଇଥିବା ସୂଚନାନୁସାରେ ରାଜୁ ବଙ୍ଗାଳୀ ବିବାହିତ ଏବଂ ତା’ର ପିଲାଛୁଆ(ସ୍ତ୍ରୀ, ୩ ପିଲା) ଗାଁରେ ରହୁଛନ୍ତି। ସେ ଜଣେ ଶ୍ରମିକ ଠିକାଦାର ଏବଂ ୩୦ ଶ୍ରମିକଙ୍କୁ ଆଣି ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିଲା। ତା’ ଭଡ଼ାଘର ପାଖରେ ରହୁଥିଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଦିନ ମଜୁରିଆ ହିନ ଡାକୁଆ। ହିନଙ୍କ ଝିଅ ଭାଗ୍ୟ ରାଜୁ ବଙ୍ଗାଳୀ ନିକଟରେ ଶ୍ରମିକ ଭାବେ କାମ କରୁଥିଲେ। ଏହା ଭିତରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ରାଜୁ ବିବାହିତ ଓ ଭିନ୍ନ ଧର୍ମର ହୋଇଥିବାରୁ ହିନ ତାଙ୍କ ଝିଅ ଭାଗ୍ୟକୁ ରାଜୁ ସହ ବିବାହ କରିବାକୁ ମନା କରିଦେଇଥିଲେ। ମାତ୍ର ୩ ମାସ ପୂର୍ବେ ଭାଗ୍ୟ ତା’ ବାପାମା’ଙ୍କ କଥାକୁ ପଛ କରି ଲୁଚିଛପି ରାଜୁ ସହ ପଳାଇଥିଲା। ରାଜୁ ତାଙ୍କୁ ନେଇ ଶେଷାଦ୍ରିନଗରରେ ଅଲଗା ରହୁଥିଲା।

ବିଚରା ଗରିବ ବାପା ହିନ ଡାକୁଆ ଝିଅର ଏଭଳି କାଣ୍ଡରେ ମର୍ମାହତ ହୋଇ ନିରବ ରହିଯାଇଥିଲା। ଏବେ ରମଜାନ୍‌ ମାସ ଚାଲିଛି। ତେଣୁ ଇଦ୍‌ ପାଇଁ ରାଜୁ ଗାଁକୁ ବାହାରିଥିଲା। ଭାଗ୍ୟକୁ ବି ଗାଁକୁ ନେବ ବୋଲି କହିଥିଲା। କିନ୍ତୁ ଭାଗ୍ୟ ରାଜି ହୋଇନଥିଲା କି ରାଜୁ ଗାଁକୁ ଯାଉ ବୋଲି ଚାହୁନଥିଲା। ୭ ତାରିଖ ସକାଳେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ରାତିରେ ରାଜୁ ଘରକୁ ଫେରିବା ବେଳେ ଭାଗ୍ୟର ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖି ହଡ଼ବଡ଼େଇ ଯାଇଥିଲା। ଅଯଥା ଝିଞ୍ଜଟରେ ନ ପଡ଼ିବା ପାଇଁ ସେ ଭାଗ୍ୟର ଶବକୁ ଗାଏବ କରିବ ବୋଲି ଯୋଜନା କରିଥିଲା। ତା’ର ବିଶ୍ବସ୍ତ ଶ୍ରମିକ ଓବାଇଦୁର୍‌ ଓ ଜୁନାରୁଲ୍‌କୁ ଫୋନ୍‌ କରିଥିଲା। କୁଆଖାଇ ନଦୀ ବାଲିପଠାରେ କୌଣସି ନିଛାଟିଆ ଜାଗାରେ ଶବକୁ ପୋତିବା ପାଇଁ ସେମାନେ ଯୋଜନା କରିଥିଲେ। ମାତ୍ର ବାଇକ୍‌ରେ ଶବ ନେଇ ଯାଉଥିବା ବେଳେ ଭୋଜି କରୁଥିବା ଲିଙ୍ଗିପୁର ଗାଁର ଯୁବକମାନଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button