ରାଜନୀତି

ଅର୍ପଣ ଚାଉଳକୁ ନେଇ ବିଧାନସଭାରେ ହଟ୍ଟଗୋଳ; ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଦେଲେ ବିଜେପି ବିଧାୟକ – Kalinga News

[ad_1]

ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବି କଲା ବିଜେଡି, ଗୃହ ୧ ଘଣ୍ଟା ମୁଲତବି

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ବୁଧବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାତି ପାହିଲେ ଅର୍ଥାତ ଆସନ୍ତାକାଲି (ଗୁରୁବାର) ଗୃହରେ ଅନ୍ତରୀଣ ବଜେଟ୍‌ ଆଗତ ହେବାକୁ ଥିବା ବେଳେ ଆଜି ଅପରାହ୍ନରେ ବିରୋଧୀ ଦଳର ବିଧାୟକମାନେ ହୋହାଲ୍ଲା କରିଛନ୍ତି।

ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ ଭାଙ୍ଗିଦେଇଥିଲେ। ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ। ସେପଟେ ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହୋହାଲ୍ଲା କରିଥିଲେ। ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button