ରାଜନୀତି

ରହିଲାନି କଂଗ୍ରେସ ପ୍ରଭାରୀଙ୍କ କଥା: ୧୦ଦିନ କଣ୍ଟ ପୂରିଗଲାଣି – Kalinga News

[ad_1]

ଭୁବନେଶ୍ବର: ଜାନୁଆରି ୭ ତାରିଖ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ଦଳର ନେତାଙ୍କୁ ଟାସ୍କ ଦେଲେ ଯେ ୧୦ ଦିନ ମଧ୍ୟରେ ବୁଥ୍‌, ବ୍ଲକ୍ ଓ ଜିଲ୍ଲାସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ କର। ୧୦ ଯାଇ ୨୦ ଦିନ ବିତିଲାଣି। ଅଧିକାଂଶ ସ୍ଥାନରେ ଏସବୁ କମିଟି ଗଢ଼ା ଯାଇ ପାରି ନାହିଁ। ହାତଗଣତି କିଛି ଜିଲ୍ଲା ପୂର୍ଣ୍ଣାଙ୍ଗ କମିଟି ଗଠନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଭଳି ହାତଗଣତି ଜିଲ୍ଲାରେ ଦଳର ବୁଥ୍‌ ଠାରୁ ଆରମ୍ଭ କରି ଜିଲ୍ଲା କମିଟି ଗଠିତ ହୋଇଛି। ଏହି କମିଟି ତାଲିକା ଇତିମଧ୍ୟରେ ପିସିସି ନିକଟରେ ଦାଖଲ ହୋଇସାରିଛି। ଅନ୍ୟମାନେ ପ୍ରଭାରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇଛନ୍ତି। ଏହା ପରୋକ୍ଷରେ ଇଙ୍ଗିତ ଦେଇଛି ଯେ ପୂର୍ବରୁ ଯେଉଁ ଢଙ୍ଗରେ ଦଳ ଚାଲିଥିଲା, ଆଗକୁ ସେ ରାସ୍ତାରେ ହିଁ ଚାଲିବ।

ଏଥିରେ କିଛି ପରିବର୍ତ୍ତନ ହେବାର ନାହିଁ।ନେତାମାନଙ୍କର ବେପରୁଆ ମନୋଭାବ ଏବେ ଅଜୟଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଓଡ଼ିଶାରେ କଂଗ୍ରେସର ୩୫ ଟି ସାଂଗଠନିକ ଜିଲ୍ଲା ରହିଛି। ଗତବର୍ଷ ନଭେମ୍ବର ୧୫ ତାରିଖ ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜନ କରି ଅତିରିକ୍ତ ଦୁଇଟି ସାଙ୍ଗଠନିକ ଜିଲ୍ଲା ଗଠନ କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ୨ଟି ଜିଲ୍ଲାରେ ସଭାପତି ମଧ୍ୟ ଦିଆଯାଇ ପାରିନାହିଁ। ଗଞ୍ଜାମ ଜିଲ୍ଲା‌େର ୧୩ଟି ଓ ମୟୂରଭଞ୍ଜରେ ୯ଟି ବିଧାନସଭା ଆସନ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button