ରାଜନୀତି

ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିରେ ଉପରାଜ୍ୟପାଳ: ରାଷ୍ଟ୍ରପତି ଶାସନ ନେଇ ଏଏପି ମନରେ ଛନକା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ଏବେ ଏଏପିକୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହେବାର ଭୟ ଡରାଇବାରେ ଲାଗିଛି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛନ୍ତି। ଏହା ପରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଏଏପି ମନରେ ଛନକା ପଶିଛି।

ଉପରାଜ୍ୟପାଳ ଚିଠି ଲେଖି ଦିଲ୍ଲୀର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସେ ଚିଠିରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ସେମାନେ କୌଣସି ବୈଠକରେ ଯୋଗଦେବାକୁ ମନା କରୁଛନ୍ତି। ଉପରାଜ୍ୟପାଳ ଜଳ, ଶିକ୍ଷା, ସ୍ବାସ୍ଥ୍ୟ. ପରିବହନ ଏବଂ ବନ ବିଭାଗର ମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମନ୍ତ୍ରୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ନେଇ ବୈଠକରେ ସାମିଲ୍ ହେବାକୁ ମନା କରିଦେଇଥିଲେ।

କ୍ରେଜିୱାଲଙ୍କ ଗିରଫ ପରେ ସରକାରୀ ଶାସନରେ କୌଣସି ବାଧା ଯେପରି ନ ଉପୁଜିବ ସେଥିପାଇଁ ବୈଠକ ଡକା ଯାଇଥିବା ଉପରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଉପରାଜ୍ୟପାଳଙ୍କ ଚିଠି ଲେଖିବା ନେଇ ମନ୍ତ୍ରୀ ସୌରଭ ଭରଦ୍ବାଜ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଲୋକେ ଉପରାଜ୍ୟପାଳଙ୍କୁ ସମ୍ବିଧାନ ଭାବେ ବିବେଚନା କରିବା ଉଚିତ। ସେ ଜଳ, ସ୍ବାସ୍ଥ୍ୟ, ପରିବେଶ ନେଇ ଆଲୋଚନା କରୁଛନ୍ତି। ଏହା ତାଙ୍କର କ୍ଷମତା ଭିତରେ ଆସୁନାହିଁ। ଏହା ସରକାରଙ୍କ କ୍ଷମତା ମଧ୍ୟରେ ଆସୁଛି। ଏନେଇ ସରକାର ନିଷ୍ପତ୍ତି ନେ‌ବେ। ଏଥିରେ ଉପରାଜ୍ୟପାଳ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଉପରାଜ୍ୟପାଳଙ୍କୁ ମନ୍ତ୍ରୀଙ୍କର ବୈଠକ ଡକାଇବାର କୌଣସି ଅଧିକାର ନାହିଁ। ଏପରିସ୍ଥଳରେ ଏଏପି ବିଧାୟକ ମଦନଲାଲ ଦାବି କରିଛନ୍ତି ଯେ, ବିଜେପି କେଜ୍ରିୱାଲଙ୍କ ଉପରେ ଇସ୍ତଫା ଦେବାକୁ ଚାପ ପକାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button