ରାଜନୀତି

ସୋର ରାଜନୀତିରେ ଗୋଳମାଳିଆ ସ୍ଥିତି: ମହାସମର ପୂର୍ବରୁ ବିଜେପି ଛାଡ଼ିଲେ ମାଧବ – Kalinga News

[ad_1]

ସୋର: ନିର୍ବାଚନ ପୂର୍ବରୁ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ା ହଠାତ୍‌ ବିଜେପି ଛାଡ଼ିବା ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ଯଦିଓ ଇସ୍ତଫା ସଂପର୍କରେ ଶ୍ରୀ ଧଡ଼ା ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି, ତଥାପି ସେ ଦଳ ଛାଡ଼ିବା ପଛରେ ଭିନ୍ନ କଥା ଚର୍ଚ୍ଚା ହେଉଛି। ହୁଏତ ସେ ନିଜ ପୁରୁଣା ଦଳ ବିଜେଡିକୁ ଫେରିପାରନ୍ତି ନଚେତ୍‌ କଂଗ୍ରେସ କିମ୍ବା ସ୍ବାଧୀନ ପ୍ରାର୍ଥୀ ଭାବେ ତାଙ୍କୁ ମଇଦାନରେ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି। ସୋର ବିଜେପିରେ ମାଧବ ଖାଲି ଜଣେ ଟାଣୁଆ ଯୁବନେତା ନ ଥିଲେ, ଜଣେ ଦକ୍ଷ ସଙ୍ଗଠକ ଭାବେ ମଧ୍ୟ ଜଣାଶୁଣା ଥିଲେ। ଦଳରେ ତାଙ୍କର ଭଲ ପ୍ରଭାବ ଥିବା ବେଳେ ଗତ ୧୨ ତାରିଖରେ ଅଚାନକ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ବିଜେପିରୁ ଇସ୍ତଫା ଦେଇଥିବା ସୂଚନା ଦେଇଥିଲେ। ଯାହା ତାଙ୍କ ସମର୍ଥକମାନଙ୍କୁ ବି ଚକିତ କରିଥିଲା। ମାଧବ କହିଥିଲେ, ଦଳରେ ତାଙ୍କୁ ଗୁରୁତ୍ବ ଦିଆନଯିବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ହେଲେ ରାଜନୈତିକ ମହଲ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କୁହାଯାଉଛି, ସୁଯୋଗ ମିଳିଲେ ମାଧବ କଂଗ୍ରେସ କିମ୍ବା ବିଜେଡିରେ ଯୋଗ ଦେବା ସହ ଉଭୟ ଦଳରୁ ଟିକେଟ୍‌ ଦାବିଦାର ହୋଇପାରନ୍ତି। କାରଣ, ସୋର ନିର୍ବାଚନ ମଣ୍ଡଳୀରେ ଏବେ କଂଗ୍ରେସରୁ ଜଣେ ମାତ୍ର ଆଶାୟୀ ଅଛନ୍ତି। ସେ ହେଉଛନ୍ତି ସୁବ୍ରତ କୁମାର ଧଡ଼ା। ସେହିପରି ବିଜେଡିର ଦୁଇ ଟିକେଟ୍‌ ଆଶାୟୀ ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡ଼ା ଓ ଦଳର ବରିଷ୍ଠ ନେତା ତଥା ବିଶିଷ୍ଟ ବ୍ୟବସାୟୀ ଶିବାନୀ ଶଙ୍କର ରାୟଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ କାହାକୁ ଅଛପା ନୁହେଁ। ଏମିତିକି ପର୍ଶୁରାମ ଓ ଶିବାନୀ ଶଙ୍କର ବିଭିନ୍ନ ସମୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବାସହ ସମାନ୍ତରାଳ ସଭା କରୁଛନ୍ତି। ଏହାଛଡ଼ା ଅନ୍ୟ ଏକ ସମ୍ଭାବନା ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି। ତାହା ହେଲା, ମାଧବ ଏଥର ନିର୍ବାଚନର ପାଣିପାଗକୁ ଦେଖି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ହୋଇପାରନ୍ତି। ଏମିତି ସମୟରେ ସୋର ରାଜନୀତି ଗୋଳମାଳିଆ ହୋଇଯାଇଛି।
ଏ ସଂପର୍କରେ ମାଧବଙ୍କୁ ପଚରାଯିବାରୁ ସେ କହିଥିଲେ, ଚିନ୍ତା କରି ଯାହା ନିଷ୍ପତ୍ତି ନେବା କଥା ନେବି। ମୋ ରାଜନୀତି ବିଜେଡିରୁ ଆରମ୍ଭ। ତେଣୁ କଂଗ୍ରେସକୁ ଯିବାର ପ୍ରଶ୍ନ ଉଠୁନି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button