ବିବିଧ ଆଦର୍ଶରେ: ରାଜଧାନୀର ନେତୃତ୍ବ – Kalinga News

[ad_1]
ଭୁବନେଶ୍ବର: ରାଜଧାନୀକୁ ପ୍ରତିନିଧିତ୍ବ କରିଥିବା ଏକାଧିକ ଶକ୍ତିଶାଳୀ ନେତା ରାଜ୍ୟ ରାଜନୀତିରେ ନିଜର ପତିଆରା ଜାହିର କରିଛନ୍ତି। ଗୋଟିଏ ବଡ଼ କଥା ହେଉଛି, ଏହି ସହରରୁ ବିଭିନ୍ନ ବିଚାରଧାରାର ରାଜନୈତିକ ବ୍ୟକ୍ତିବିଶେଷ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। କଂଗ୍ରେସ, କମ୍ୟୁନିଷ୍ଟ, ବିଜେପି ଭଳି ରାଜନୈତିକ ବିଚାରଧାରାକୁ ଏହି ସହର ସମ୍ମାନ ଦେଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ରରେ ପତିଆରା ଜାହିର କରିଥିବା ନେତା ହୁଅନ୍ତୁ, ଏଠାରୁ ପ୍ରତିନିଧିତ୍ବ କରିଛନ୍ତି। ୧୯୫୨ ମସିହାରେ ପ୍ରଥମ ନିର୍ବାଚନ ଦେଖିଥିଲା ଭୁବନେଶ୍ବର। ସେ ନିର୍ବାଚନରେ ବିଧାନସଭା ଆସନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ସତ୍ୟପ୍ରିୟ ମହାନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। ୧୯୫୭ ମସିହାରେ ପୁଣି ଶ୍ରୀ ମହାନ୍ତି କଂଗ୍ରେସର ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ଗଣତନ୍ତ୍ର ପରିଷଦର ପ୍ରାର୍ଥୀଙ୍କୁ ହରାଇଥିଲେ। ୧୯୬୧ ମସିହାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇଥିଲା। ଏହିବର୍ଷ ମୁଖ୍ୟ ପ୍ରତିଦ୍ବନ୍ଦୀ କମ୍ୟୁନିଷ୍ଟ ପାର୍ଟିର ମୋହନ ଦାସଙ୍କୁ ହରାଇ ପୁନର୍ବାର ସତ୍ୟପ୍ରିୟ ବିଜୟୀ ହୋଇଥିଲେ। ୧୯୬୭ ମସିହାରେ ଲଗାତାର ବିଜୟୀ ହେଉଥିବା ସତ୍ୟପ୍ରିୟଙ୍କ ବିଜୟଧାରାରେ ରୋକ୍ ଲଗାଇଥିଲେ ଜନ କଂଗ୍ରେସର ନେତା ହରେକୃଷ୍ଣ ମହତାବ। ୧୯୭୧ ମସିହାରେ ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ବିଜୁ ପଟ୍ଟନାୟକ। ହେଲେ ବିପକ୍ଷରେ ଥିବା ମହତାବ ବିଜୟୀ ହେଲେ। ୧୯୭୪ ମସିହାରେ ପ୍ରଗତି ଦଳରୁ ହରେକୃଷ୍ଣ ମହତାବ ନିର୍ବାଚନ ଲଢ଼ି କମ୍ୟୁନିଷ୍ଟ ପାର୍ଟିର ରାମକୃଷ୍ଣ ପତିଙ୍କୁ ହରାଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟିରୁ ନିର୍ବାଚନ ଲଢ଼ିଲେ ସତ୍ୟପ୍ରିୟ ମହାନ୍ତି ଏବଂ କଂଗ୍ରେସର ପ୍ରାର୍ଥୀ ଇନ୍ଦ୍ରଜିତ ରାୟଙ୍କୁ ହରାଇ ପୁନର୍ବାର ବିଧାୟକ ହୋଇଥିଲେ। ୧୯୮୦ ମସିହାରେ କଂଗ୍ରେସ ପ୍ରାର୍ଥୀ ଧୀରେନ୍ ପଟ୍ଟନାୟକଙ୍କୁ ହରାଇ ରାମକୃଷ୍ଣ ପତି ବିଜୟୀ ହୋଇଥିଲେ। ୧୯୮୫ ମସିହାରେ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରିୟ ମହାନ୍ତିଙ୍କୁ ହରାଇ ଜନତା ଦଳର ପ୍ରାର୍ଥୀ ଭାବେ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ। ଏହାପରେ ୧୯୯୦ ମସିହାରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ଜନତା ଦଳ ପ୍ରାର୍ଥୀ ଭାବେ ବିଜୁବାବୁ ନିର୍ବାଚନ ଜିତିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଆଉ ସେହି ବର୍ଷ ମାର୍ଚ୍ଚ ୫ ତାରିଖରୁ ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ। ୧୯୯୫ ମସିହା ନିର୍ବାଚନରେ ମଧ୍ୟ ବିଜୁବାବୁ ବିଜୟୀ ହୋଇଥିଲେ। ହେଲେ ୧୯୯୬ ମସିହାରେ ସେ ଲୋକସଭାକୁ ଚାଲି ଯିବାରୁ ଉପନିର୍ବାଚନ ହୋଇଥିଲା। ସେଥିରେ ବର୍ତ୍ତମାନ ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ ମସିହା ବେଳକୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟରେ ଲଗାତାର ୨୦୦୨ ଓ ୨୦୦୪ରେ ବିଶ୍ବଭୂଷଣ ହରିଚନନ୍ଦନ ନିର୍ବାଚନ ଲଢ଼ି ବିଜୟୀ ହେଲେ। ୨୦୦୯ରେ ଭାଗ ଭାଗ ହେଲା ଭୁବନେଶ୍ବର। ଭୁବନେଶ୍ବର ହେଲା- ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀ। ସେଥର ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ହରିଚନ୍ଦନ। ହେଲେ ବିପୁଳ ଭୋଟ୍ରେ ତାଙ୍କୁ ବିଜେଡି ପ୍ରାର୍ଥୀ ବିଜୟ କୁମାର ମହାନ୍ତି ପରାଜିତ କରିଥିଲେ। ସେହିପରି ୨୦୧୪ରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ବିଜୟୀ ହୋଇଥିଲେ ବିଜୟ କୁମାର ମହାନ୍ତି। ୨୦୧୯ ମସିହାରେ ପୁଣି ଥରେ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଥିଲେ। ୨୦୦୯ ମସିହାରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋଲକ ପ୍ରସାଦ ମହାପାତ୍ରଙ୍କୁ ହରାଇ ବିଜେଡି ପ୍ରାର୍ଥୀ ଭାଗିରଥୀ ବଡ଼ଜେନା ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୪ ମସିହାରେ ବିଜେପି ପ୍ରାର୍ଥୀ ଦିଲୀପ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପରାଜିତ କରିଥିଲେ। ୨୦୧୯ ମସିହାରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କୁ ପରାସ୍ତ କରିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ବିଜୟୀ ହୋଇଥିଲେ। ୨୦୧୪ରେ ବିଜେପି ପ୍ରାର୍ଥୀ ଅମୀୟ ଦାଶଙ୍କ ସହ ହୋଇଥିବା ଲଢ଼େଇରେ ପୁଣି ଶ୍ରୀ ପଣ୍ଡା ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ। ୨୦୧୯ ମସିହାରେ ମଧ୍ୟ ବିଜେପି ପ୍ରାର୍ଥୀ ବାବୁ ସିଂଙ୍କୁ ହରାଇ ସେ ସଫଳତାକୁ ଦୋହରାଇଥିଲେ।
୧୯୫୨ ମସିହାରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର ପ୍ରଥମ ସାଂସଦ ହୋଇଥିଲେ କଂଗ୍ରେସ ନେତା ପଣ୍ଡିତ ଲିଙ୍ଗରାଜ ମିଶ୍ର। ୧୯୫୭ ମସିହାରେ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ। ଏଥର କଂଗ୍ରେସ ନେତା ନୃସିଂହ ଚରଣ ସାମନ୍ତ ସିଂହାର ବିଜୟୀ ହୋଇଥିଲେ। ଏହାପରେ ୧୯୬୨ ମସିହାରେ ରାଜା ପିସି ଦେଓଭଞ୍ଜ ସାଂସଦ ହୋଇଥିଲେ। ୧୯୬୭ ଓ ୧୯୭୧ ମସିହା ଲଗାତାର ଦୁଇଥର କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣୀ ପାଣିଗ୍ରାହୀ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଥିଲେ। ଏହାପରେ ୧୯୭୭ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ଲଗାତାର ବିଜୟ ଧାରାରେ ରୋକ୍ ଲଗାଇଥିଲା। ଶିବାଜୀ ପଟ୍ଟନାୟକ ଏଥର ବିଜୟୀ ହୋଇଥିଲେ। କିନ୍ତୁ ୧୯୮୦ ମସିହାରେ ପୁଣି କଂଗ୍ରେସ କ୍ଷମତାକୁ ଆସିଥିଲା। ପୁଣି ଲଗାତାର ୧୯୮୦ ଓ ୧୯୮୪ ମସିହା ୨ ଥର ଚିନ୍ତାମଣୀ ପାଣିଗ୍ରାହୀ ବିଜୟୀ ହୋଇଥିଲେ। ଏହାପରେ ଶିବାଜୀ ପଟ୍ଟନାୟକ ଲଗାତାର ୧୯୮୯ ଓ ୧୯୯୧ରେ ବିଜୟୀ ହୋଇଥିଲେ। ୧୯୯୬ ମସିହାରେ ସୌମ୍ୟରଂଜନ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ୧୯୯୮ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଲଗାତାର ୫ ଥର ଅର୍ଥାତ ୨୫ ବର୍ଷ ପ୍ରସନ୍ନ ପାଟ୍ଟସାଣୀଙ୍କ ଜାରିଆରେ ବିଜେଡି ହାତରେ ରହିଥିଲା ଏ ଲୋକସଭା ଆସନ। ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡିର ଲମ୍ବା ବିଜୟଯାତ୍ରାରେ ବ୍ରେକ୍ ଲଗାଇଥିଲେ ୨୦୧୯ରେ।
[ad_2]