ଇଡି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ – Kalinga News

[ad_1]
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସରେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ତଦନ୍ତକାରୀ ଏଜେନ୍ସି ଅଧିକାରୀମାନେ ବୁଧବାର ସୋରେନଙ୍କୁ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ପଚରାଉଚରା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଆଜି ପଚରାଉଚରା କରୁଛି। ପୂର୍ବରୁ ଜାନୁଆରି ୨୦ ତାରିଖରେ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା।

ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଞ୍ଚିରେ ସିଆରପିସିର ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି। ପଚରାଉଚରା ବେଳେ ତଦନ୍ତକାରୀ ଏଜେନ୍ସି ଅଧିକାରୀମାନେ ଅତିରିକ୍ତ ସୁରକ୍ଷା ମାଗିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ପଚରାଉଚରା ପୂର୍ବରୁ ଶାସକ ଜେଏମ୍ଏମ୍ ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ବୁଧବାର ହେମନ୍ତ ସୋରେନଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମିର ମାଲିକାନା ପରିବର୍ତ୍ତନ କରିବାର ଏକ ବିରାଟ ରାକେଟ୍ର ତଦନ୍ତରେ ହେମନ୍ତ ସୋରେନଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ସୋମବାର ଦିନ ଦିଲ୍ଲୀରେ ତାଙ୍କ ଘରେ ଚଢ଼ାଉ କରି ୩୬ ଲକ୍ଷ ଟଙ୍କା, ଏକ ଏସୟୁଭି ଗାଡ଼ି ଏବଂ କିଛି ଆପତ୍ତିଜନକ କାଗଜପତ୍ର ଜବତ କରିଥିଲେ। ଅନ୍ୟପକ୍ଷରେ ହେମନ୍ତ ସୋରେନ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
[ad_2]




