ବାନ୍ଧବୀଙ୍କୁ ମୁଣ୍ଡଜାମିନ ରଖି ହତ୍ୟା – Kalinga News
[ad_1]
ପୁଣେ: ମାର୍ଚ୍ଚ ୩୦ରେ ଜଣେ ୨୨ ବର୍ଷୀୟ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଥିଲେ। ରବିବାର ନିଖୋଜ ଯୁବତୀଙ୍କ ମୃତ ଦେହକୁ ଅହମ୍ମଦନଗର ଠାରେ ଠାବ କରାଯାଇଛି। ଏହି ଅପରାଧ ନିମନ୍ତେ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ଆଜି ପୁଲିସ ଏହି ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଛି। ସୂଚନାନୁସାରେ, ଭାଗ୍ୟଶ୍ରୀ ସୂର୍ଯ୍ୟକାନ୍ତ ୱାଘୋଲି ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିଲେ। ମାର୍ଚ୍ଚ ୩୦ ରାତି ୯ଟାରେ ଭାଗ୍ୟଶ୍ରୀ ବିମାନ ନଗରରେ ଥିବା ଫିନିକ୍ସ ମଲ୍କୁ ଯାଇଥିଲେ। ସେଠାରୁ ସେ ଆଉ ଫେରିନଥିଲେ। ଭାଗ୍ୟଶ୍ରୀଙ୍କ ଫୋନ୍ ବନ୍ଦ ଥିବାରୁ ପିତାମାତା ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କଲେଜ କର୍ତ୍ତୃପକ୍ଷ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରି କୌଣସି ସୂଚନା ପାଇନଥିଲେ। ଏହି ସମୟରେ ତାଙ୍କ ନିକଟକୁ ଫୋନ୍ କଲ୍ ଆସିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଭାଗ୍ୟଶ୍ରୀ ଅପହୃତ ହୋଇଯାଇଥିବା ଓ ୯ଲକ୍ଷ ଟଙ୍କା ମୁଣ୍ଡଜାମିନ ଅର୍ଥ ଦେବାକୁ ଦାବି କରାଯାଇଥିଲା। ଏଥିରେ ଭୟଭୀତ ହୋଇ ଭାଗ୍ୟଶ୍ରୀଙ୍କ ପରିବାର ପୁଲିସର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରବିବାର ଭାଗ୍ୟଶ୍ରୀଙ୍କ ମୃତଦେହ ମିଳିବା ପରେ ନିଜର ବୈଷୟିକ ଯାଞ୍ଚକୁ ଆହୁରି ଦୃଢ଼ କରିଥିଲା। ଭାଗ୍ୟଶ୍ରୀଙ୍କ ସହପାଠୀ ପୁରୁଷ ବନ୍ଧୁ ଶିବମ୍ ଫୁଲୱାଲେ, ସାଗର ଯାଦବ ଓ ସୁରେଶ ଇନ୍ଦୁରେକୁ ଧରି ପଚରାଉଚୁରା କରିଥିଲେ। ପଚରାଉଚରାରେ ସେମାନେ ନିଜର ଅପରାଧକୁ ସ୍ବୀକାର କରିଛନ୍ତି। ସେମାନେ ଭାଗ୍ୟଶ୍ରୀଙ୍କୁ ଅପହରଣ କରି ଅହମ୍ମଦନଗର ନେଇଥିଲେ। ସେଠାରୁ ଭାଗ୍ୟଶ୍ରୀଙ୍କ ଫୋନ୍ରୁ ୯ଲକ୍ଷ ଟଙ୍କା ଦେବାକୁ ଦାବି କରି ମେସେଜ୍ କରିଥିଲେ। ଏହାପରେ ତାଙ୍କୁ ହତ୍ୟା କରି ସହର ବାହାରେ ପୋତି ଦେଇଥିଲେ। ମୋବାଇଲ୍ ଫୋନ୍ରୁ ସିମ୍ ବାହାର କରି ନଷ୍ଟ କରି ମୋବାଇଲ୍ ଫୋନ୍ଟିକୁ ନେଇଯାଇଥିଲେ। ଭାଗ୍ୟଶ୍ରୀଙ୍କ ଡେବିଟ୍ କାର୍ଡରେ ଟଙ୍କା ଉଠାଇବା ତଥ୍ୟକୁ ଆଧାର କରି ପୁଲିସ ତିନିଜଣଙ୍କୁ ଚିହ୍ନଟ କରିଥିଲା।
[ad_2]