ଖେଳ ଖବର

ଧୋନିଙ୍କ ରଣକୌଶଳକୁ ଗମ୍ଭୀରଙ୍କ ପ୍ରଶଂସା – Kalinga News

[ad_1]

ଧୋନି ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ, ଶେଷ ବଲ୍‌ ପର୍ଯ୍ୟନ୍ତ ହାର୍‌ ମାନନ୍ତିନି

ଚେନ୍ନାଇ: ଯେତେବେଳେ ମହେନ୍ଦ୍ର ସିଂହ ଧୋନି ଓ ଗୌତମ ଗମ୍ଭୀରଙ୍କ ଯୋଡ଼ି ବିଷୟରେ ଆଲୋଚନା କରାଯାଏ, ସେତେବେଳେ ୨୦୧୧ ଦିନିକିଆ ବିଶ୍ବକପ୍‌ରେ ୧୦୯ ରନ୍‌ର ଭାଗୀଦାରି କଥା ସବୁବେଳେ ନଜରକୁ ଆସିଥାଏ। ଉଭୟ କିଂବଦନ୍ତି କ୍ରିକେଟର୍‌ ଏବେ ଆଇପିଏଲ୍‌ରେ ସକ୍ରିୟ ଅଛନ୍ତି। କିନ୍ତୁ ଭିନ୍ନଭିନ୍ନ ଭୂମିକାରେ। ସିଏସ୍‌କେ ଅଧିନାୟକ ଦାୟିତ୍ବ ଋତୁରାଜ ଗାଏକ୍ବାଡଙ୍କୁ ହସ୍ତାନ୍ତର କରିବା ପରେ ଧୋନି ସାଧାରଣ କିପର-ବ୍ୟାଟର୍‌ ଭାବେ ଖେଳୁଛନ୍ତି। ଗମ୍ଭୀର ଏଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମାର୍ଗଦର୍ଶକ ଦାୟିତ୍ବ ନିର୍ବାହ କରୁଛନ୍ତି। ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୫ ଥର ବିଜେତା ହୋଇଛି। ଅନ୍ୟପକ୍ଷରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ମାତ୍ର ଦୁଇଥର ଟ୍ରଫି ଟେକିପାରିଛି। ଏକ ସାକ୍ଷତକାରରେ ଆଇପିଏଲ୍‌ରେ ଏହି ଦୁଇଜଣ ପରପ୍ପର ମଧ୍ୟରେ ପଡ଼ିଆ ଭିତରର ଶତ୍ରୁତାକୁ କିଭଳି ତୁଲାଉଥିଲେ ତାହା ବର୍ଣ୍ଣନା କରିଥିଲେ।

ଗମ୍ଭୀରଙ୍କ ଅନୁସାରେ, ମୁଁ ସବୁବେଳେ ଜିତିବାକୁ ଚାହେ। ଏଥିପାଇଁ ମାନସିକ ଭାବେ ମୋର ଦୃଢ଼ ଥାଏ। କିନ୍ତୁ ପ୍ରତିଦ୍ବନ୍ଦ୍ବୀ ଦଳରେ କିଛି ବନ୍ଧୁଙ୍କ ପାଇଁ ମଧ୍ୟ ସମ୍ମାନ ଥାଏ। ହେ‌ଲେ ପଡ଼ିଆ ଭିତରେ ଆମ ଭିତରେ ପରସ୍ପରକୁ ହରାଇବା ପାଇଁ ଜିଦ୍‌ ରଖିଥାଉ। ମୁଁ କେକେଆର୍‌ର ନେତୃତ୍ବ ନେଉଥାଏ ଓ ସେ ସିଏସ୍‌କେ ନେତୃତ୍ବ ନେଉଥିଲେ। ଯଦି ମୋ ସ୍ଥାନରେ ଧୋନିଙ୍କୁ ବସାଯାଇ ଏହି ସମାନ ପ୍ରଶ୍ନ କରାଯାଇଥା’ନ୍ତା, ତାହେଲେ ସେ ମଧ୍ୟ ମୋ ଭଳି ସମାନ ଉତ୍ତର ରଖିଥାନ୍ତେ। ଧୋନି ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ। ତିନୋଟି ଆଇସିସି ଟ୍ରଫି ଜିତି ସେ ଯେଉଁସ୍ତରକୁ ଯାଇଛନ୍ତି, ସେଠାରେ ଆଉ କେହି ପହଞ୍ଚି ପାରିବେନି। ଅଧିନାୟକମାନେ ଅନେକ ଟେଷ୍ଟ୍‌ ମ୍ୟାଚ୍‌ ଜିତିପାରନ୍ତି। କିନ୍ତୁ ତାହା ତିନିଟି ଆଇସିସି ଟ୍ରଫିଠୁ ବଡ଼ ହୋଇନପାରେ। ଧୋନିଙ୍କ ଫିନିସର୍‌ ଭୂମିକା ଉପରେ ଗମ୍ଭୀର କହିଛନ୍ତି, ଆଇପିଏଲ୍‌ରେ ମୁଁ ପ୍ରତ୍ୟେକଟି ମୁହୂର୍ତ୍ତକୁ ଉପ‌ଭୋଗ କରିଥାଏ। କାରଣ ଧୋନିଙ୍କ ପାଖରେ ରଣକୌଶଳ ପ୍ରସ୍ତୁତ ଥାଏ। ତ୍ବରିତ ନିଷ୍ପତ୍ତି ନେବାରେ ସେ ଧୂରନ୍ଧର। ସ୍ପିନରଙ୍କୁ ନିୟନ୍ତ୍ରଣ କରିବା, ସ୍ପିନରଙ୍କ ବିପକ୍ଷରେ କ୍ଷେତ୍ରରକ୍ଷଣ ସଜାଡ଼ିବା ଏବଂ ସବୁଠୁ ବଡ଼ କଥା-କେବେ ହାର୍‌ ନମାନିବା ଭଳି ଦକ୍ଷତା ତାଙ୍କରି ପାଖରେ ଅଛି। ସେ ୬ କିମ୍ବା ୭ ନମ୍ବର ସ୍ଥାନରେ ବ୍ୟାଟିଂ ଆସିଥାନ୍ତି। ଏହାଦ୍ବାରା ସେ ମ୍ୟାଚ୍‌କୁ ଶେଷ କରାଇପାରିବେ। ଯଦି ଶେଷ ଓଭରରେ ୨୦ ରନ୍‌ ଆବଶ୍ୟକ ଥାଏ, ତଥାପି ଧୋନି ମ୍ୟାଚ୍‌ ଜିତାଇପାରିବେ ବୋଲି ଗମ୍ଭୀର କହିଥିଲେ।

ଏଭଳି ସମୟରେ ସିଏସ୍‌କେ ବ୍ୟାଟର୍‌ଙ୍କୁ ଟକ୍କର ଦେବା ପାଇଁ ମୋ ପାଖରେ ଭଲ ବୋଲିଂକ୍ରମ ରହିଛି। ତେଣୁ ରଣନୀତିରେ ମୁଁ ସିଏସ୍‌କେଠୁ ବହୁତ ଭଲ ହୋଇଥାଇପାରେ ଏବଂ ତାଙ୍କୁ ପରାସ୍ତ କରିପାରେ। କାରଣ ଧୋନି ପଡ଼ିଆରେ ଆଦୌ ଉତ୍ତେଜିତ ହୋଇନଥାନ୍ତି। ହେଲେ ସେ କେବେ ବି ହାର୍‌ ମାନିବେନି। ଚେନ୍ନାଇକୁ ହରାଇବାକୁ ହେଲେ, ଶେଷ ରନ୍‌ ପର୍ଯ୍ୟନ୍ତ ଲଢିବାକୁ ପଡ଼ିଥାଏ। ଏପରି କିଛି ଦଳ ଅଛନ୍ତି, ଯେଉଁମାନେ ମ୍ୟାଚ୍‌ ଶେଷ ହେବାର ଅତି ନିକଟକୁ ଆସି ହାର୍‌ ମାନିଯାଇଥାନ୍ତି, କିନ୍ତୁ ଚେନ୍ନାଇ ସେଭଳି ନୁହେଁ ବୋଲି ଗମ୍ଭୀର ପ୍ରକାଶ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button