ଅପରାଧ

ନେଦର୍‌ଲ୍ୟାଣ୍ଡ ପର୍ଯ୍ୟଟକଙ୍କଠାରୁ ଲୁଟ୍‌: ଆଶ୍ରୟ ଦେବେ କହି ଲୁଟି ନେଲେ ୬ଲକ୍ଷ, ହୀରାମୁଦି – Kalinga News

[ad_1]

ପୁରୀ: ଗତ ତିନିମାସ ଧରି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲୁଥିବା ଜଣେ ନେଦରଲ୍ୟାଣ୍ଡ୍‌ ପର୍ଯ୍ୟଟକଙ୍କଠାରୁ ଜଣେ କାର୍‌ ଚାଳକ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବିଦେଶୀ ପର୍ଯ୍ୟଟକ ହେଲେ ଆନ୍ଥୋନି ଭ୍ୟାନ୍‌ ଅର୍କେଲ। ୭୨ ବର୍ଷୀୟ ଏହି ବିଦେଶୀ ପର୍ଯ୍ୟଟକ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଗୁହାରି କରିବା ସହ ଚୋରି ସଂପର୍କରେ ବଳିଆପଣ୍ଡା ଥାନା ଓ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଆନ୍ଥୋନି ଡିସେମ୍ବର ୧୮ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପରେ ଜାନୁଆରି ୯ରେ ପୁରୀର ତୋଷାଳି ହୋଟେଲରେ ରହିଥିଲେ। ତେବେ ପାଖରେ ଥିବା ବିଦେଶୀ ମୁଦ୍ରା ବଦଳାଇବା ପାଇଁ ପରଦିନ ଏକ କାର୍‌ (ଓଡି-୦୨-ବିୟୁ-୮୭୨୩) ଭଡ଼ା କରି ପୁଣି ଭୁବନେଶ୍ବର ଯାଇଥିଲେ। ଭୁବନେଶ୍ବରରେ ୩ ଲକ୍ଷ ୮୭ ହଜାର ଟଙ୍କା ଉଠାଇ ସେହି କାର୍‌ରେ ଭିତରକନିକା, ଶିମିଳିପାଳ ବୁଲିବାକୁ ଯାଉଥିଲେ। କିନ୍ତୁ ଫେରିବାବେଳେ ଚାନ୍ଦବାଲି ନିକଟରେ ସେ କାର୍‌ରୁ କିଛି ସମୟ ଓହ୍ଲାଇଥିବାବେଳେ କାର୍‌ରେ ଏକ ବ୍ୟାଗ୍‌ରେ ଥିବା ତାଙ୍କର ସବୁ ଟଙ୍କା ଗାଏବ୍‌ ହୋଇଯାଇଥିଲା। ସେ କାର୍‌ ଚାଳକଙ୍କୁ ଏନେଇ ପଚାରିବାରେ କାର୍‌ ଚାଳକ ଟଙ୍କା ନେଇ ନଥିବା ଯୁକ୍ତି କରିଥିଲେ। ତେବେ ଆନ୍ଥୋନିଙ୍କୁ ସେ ପୁରୀ ଆଣି ବଳିଆପଣ୍ଡା ଅଞ୍ଚଳରେ ଥିବା ନିଜ ଘରେ ରଖିଥିଲେ।

ଟଙ୍କା ଫେରିପାଇବାରେ ସହଯୋଗ କରିବାକୁ କହି କାର୍‌ ଚାଳକ ଜଣକ ତାଙ୍କୁ ଦିଲ୍ଲୀ ଟ୍ରେନ୍‌ରେ ବସାଇ ଦେଇଥିଲେ। କିନ୍ତୁ ନିଜେ ପଛ ବଗିରେ ଅଛି କହି ଟ୍ରେନ୍‌ରୁ ଖସି ପଳାଇଥିଲେ। ଦିଲ୍ଲୀରେ ପହଞ୍ଚି କାର୍‌ ଚାଳକଙ୍କୁ ନପାଇ ପୁଣି ସେ ଟ୍ରେନ୍‌ରେ ପୁରୀ ଫେରିଥିଲେ। ଜାନୁଆରି ୨୫ରେ ସେନା ବାହିନୀର କିଛି ବ୍ୟକ୍ତି ତାଙ୍କୁ ପୁରୀରେ ଆଣି ଛାଡ଼ିଥିଲେ। ଏହା ଭିତରେ ସେ ବଳିଆପଣ୍ଡା ଓ ପରେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ବଳିଆପଣ୍ଡା ପୁଲିସ ଆନ୍ଥୋନିଙ୍କ ସହାୟତାରେ ସଂପୃକ୍ତ ଘରକୁ ଚିହ୍ନଟ କରି ତାଲା ଭାଙ୍ଗିଥିଲା। କିନ୍ତୁ ସେହି ଘରେ ଆନ୍ଥୋନି ଯେଉଁ ବ୍ୟାଗ୍‌ ରଖିଥିଲେ, ସେଥିରୁ ଦେଢ଼ ଲକ୍ଷ ଟଙ୍କା, ହୀରାମୁଦି, କ୍ୟାମେରା ଆଦି ଚୋରି ହୋଇଯାଇଥିବା ଦେଖିଥିଲେ। ପରେ ଯେଉଁ କାର୍‌ରେ ସେ ବୁଲି ଯାଇଥିଲେ, ଚିହ୍ନଟ ପରେ ପୁଲିସ ତାକୁ ଜବତ କରିଛି। କିନ୍ତୁ କାର୍‌ ଚାଳକଙ୍କୁ ଗିରଫ କରିପାରିନି। ଏ ନେଇ ତଦନ୍ତ ଚାଲିଥିବା ଟାଉନ୍‌ ଥାନା ପୁଲିସ କହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button