ହାଫ ପ୍ୟାଣ୍ଟରେ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା – Kalinga News
[ad_1]
ନୂଆଦିଲ୍ଲୀ: କିଛି ରାଜ୍ୟରେ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ଆଉ କିଛିସ୍ଥାନରେ ବାକି ଅଛି। ଫଳାଫଳ ପ୍ରକାଶ ପାଇଁ ବୋର୍ଡ କାର୍ଯ୍ୟଳୟରେ ବି ଅଧିକାରୀମାନେ ନିଜନିଜ କାମରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ରାଜସ୍ଥାନରୁ ଏକ ଭିଡିଓ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ରାଜସ୍ଥାନ ବୋର୍ଡର ବିଭାଗୀୟ ଅଧିକାରୀ ରାଜେଶ ଟେକ୍ ଚନ୍ଦାନି ହାଫ ପ୍ୟାଣ୍ଟ ଏବଂ ସାର୍ଟ ପିନ୍ଧି କାର୍ଯ୍ୟଳୟରେ ପହଞ୍ଚିଥିଲେ। ଏହାପରେ ସେଠାରେ ଥିବା ଅନ୍ୟ କର୍ମଚାରୀଙ୍କ ସହ ସେ ଖରାପ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ। ଏହି ଘଟଣାପରେ ଚନ୍ଦାନିଙ୍କୁ ବୋର୍ଡ ସଚିବ କୈଳାଶ ଚନ୍ଦ ଶର୍ମା ସଙ୍ଗେସଙ୍ଗେ ନିଲମ୍ବନ କରି ଦେଇଛନ୍ତି।
ଭାଇରାଲ୍ ଭିଡିଓରେ ଟେକ୍ ଚନ୍ଦାନି କହିଛନ୍ତି ବୋର୍ଡକୁ ଡ୍ରେସ୍ କୋଡ୍ ଲାଗୁ କରାଯିବା ଉଚିତ୍। ତାଙ୍କର ତିନି ଭଉଣୀ ମଧ୍ୟ ଏଠାରେ କାମ କରନ୍ତି, ସେମାନେ ମଧ୍ୟ ଏପରି ପୋଷାକ ପିନ୍ଧି ଆସିବେ । ଟେକ୍ ଚନ୍ଦାନିଙ୍କ ଏହି ଉତ୍ତେଜନା ପାଇଁ ବୋର୍ଡ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଭିଡ଼ ଜମି ଯାଇଥିଲା। ଏହି ଖବର ବୋର୍ଡ ସଚିବ କୈଳାଶ ଚନ୍ଦ ଶର୍ମାଙ୍କ ନିକଟରେ ପହଞ୍ଚିଥିବା ପରେ ସେ ଭିଡିଓ ଦେଖିଥିଲେ। ଏହାପରେ ବୋର୍ଡ ପ୍ରଶାସନ ତୁରନ୍ତ ଟେକ୍ ଚନ୍ଦାନିଙ୍କୁ ନିଲମ୍ବନ କରିଥିଲା।
ଟେକ୍ ଚାନ୍ଦାନିଙ୍କ ବିରୋଧରେ ହୋଇଥିବା ଗୁରୁତର ଅଭିଯୋଗକୁ ରାଜସ୍ଥାନ ସିଭିଲ ସର୍ଭିସେସ୍ ଅଧୀନରେ ଅନୁସନ୍ଧାନ କରାଯାଉଛି।
[ad_2]