ଅପରାଧ

ଅନ୍ତସତ୍ତ୍ବାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ଼ ପୁରାଇ ନିର୍ଯାତନା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରତାପଗଡ଼ରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ଅନ୍ତସତ୍ତ୍ବା ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହାରଡ଼ ପୁରାଇ ଦେଇଥିଲେ। ଏହି ଘଟଣାରେ ମହିଳା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୀଡ଼ିତା ସ୍ବାମୀ ସଭ‌ାସଦଙ୍କ କହିବାନୁସାରେ, ମୋ ସ୍ତ୍ରୀ ସନ୍ଧ୍ୟାରେ କାଠ ପାଇଁ ଘରପଛପଟକୁ ଯାଇଥିଲା। ଏହି ସମୟରେ ଦୁଇଚାରିଜଣ ଯୁବକ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଚାଲିଯାଇଥିଲେ। ଏହାପରେ ତା’ ସହିତ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ତାର ଗୁପ୍ତାଙ୍ଗରେ ଲୁହ ରଡ଼ ପୁରାଇ ଦେଇଥିଲେ। ସ୍ତ୍ରୀର ଅବସ୍ଥା ଗୁରୁତର ହେବା ଦେଖି ଦୁଷ୍କର୍ମକାରୀମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ସକାଳେ ଗ୍ରାମର କିଛିଲୋକ ସ୍ତ୍ରୀକୁ ଦେଖି ମୋତେ ଖବର ଦେଇଥିଲେ। ମୁଁ ଖବର ପାଇ ଘଟଣାସ୍ଥଳ‌‌ରେ ପହଞ୍ଚି ସ୍ତ୍ରୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ସ୍ତ୍ରୀ ଶରୀରରୁ ଅଧିକ ରକ୍ତସ୍ରାବ ହୋଇଯାଇଥିବାରୁ ତାର ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତର ଚିକିତ୍ସା ଜାରି ରଖିଛନ୍ତି।’

ପୀଡ଼ିତା ସ୍ବାମୀ ସଭ‌ାସଦଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଛି।  ବୟାନ ରେକର୍ଡ ପାଇଁ ପୀଡିତାଙ୍କ ସୁସ୍ଥ ହେବାକୁ ପୁଲିସ ଅପେକ୍ଷା କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button