ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲା: ୪ଦିନରେ ଚାର୍ଜସିଟ୍, ୭ଦିନରେ ବିଚାର, ୨୮ଦିନରେ ରାୟ – Kalinga News

[ad_1]
କାନନକୁ ୧୮ ମାସ ଜେଲ୍
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଜେଏମ୍ଏଫ୍ସି-୧ କୋର୍ଟରେ ବିଚାରପତି ପାୟଲ ଗୁପ୍ତା ମାମଲାର ବିଚାର କରି ଅଭିଯୁକ୍ତ କାନନ ମହାପାତ୍ର ଓରଫ କୁଣ୍ଡୁକୁ ୧୮ ମାସ ଜେଲ୍ଦଣ୍ଡ ଶୁଣାଇଛନ୍ତି। ଏହି ସମ୍ବେଦନଶୀଳ ମାମଲାକୁ କମିସନରେଟ୍ ପୁଲିସ ଗୁରୁତର ସହ ନେଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଘଟଣାର ମାତ୍ର ୪ଦିନରେ ଲିଙ୍ଗରାଜ ଥାନା ପୁଲିସ ୨୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଆଉ ୭ଦିନରେ ଅର୍ଥାତ ୨୬ ଫେବ୍ରୁଆରିରେ ମାମଲାର ବିଚାର ଆରମ୍ଭ ହୋଇ ଆଜି ମାତ୍ର ୨୮ ଦିନରେ ଶୁଣାଣି ଶେଷ ହୋଇଥିଲା। ଏତେ କମ୍ ସମୟରେ ମାମଲାର ରାୟ ପ୍ରକାଶ ପାଇବା ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ଗତ ଫେବ୍ରୁଆରି ୨୬ରେ ପୀଡ଼ିତା ଓ ଅନ୍ୟ ୭ଜଣ ସାକ୍ଷୀ ଜେଏମ୍ଏଫ୍ସି-୧ କୋର୍ଟରେ ହାଜର ହୋଇଥିଲେ। ବିଚାରପତି ପାୟଲ ଗୁପ୍ତାଙ୍କ ସମ୍ମୁଖରେ ପୀଡ଼ିତା ନିଜର ପକ୍ଷ ରଖିଥିବା ବେଳେ ସମୟ ଅଭାବରୁ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜି ଜେଏମ୍ଏଫ୍ସି-୧ କୋର୍ଟ ୭ସାକ୍ଷୀଙ୍କ ବୟାନ ଓ ୪ ଦସ୍ତାବିଜକୁ ଆଧାର କରି କୁଣ୍ଡୁକୁ ୧୮ମାସ ଜେଲ୍ ଦଣ୍ଡ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଜନ ବିହାରୀ ଗୁପ୍ତା ଓ ବିଜୟ ବାରିକ ମାମଲା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି, ଯୁବତୀ ଜଣଙ୍କ ସ୍ବିଡେନ୍ରୁ ଆସି ଭାରତର ବିଭିନ୍ନ ମନ୍ଦିର ଓ ଏଠାକାର ସଂସ୍କୃତି ଉପରେ ଗବେଷଣା କରନ୍ତି। ଗତ ଫେବ୍ରୁଆରି ୧୯ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ସେ ଲିଙ୍ଗରାଜ ମନ୍ଦିର ନିକଟ ଲର୍ଡ କର୍ଜନ ମଣ୍ଡପ ପାଖରେ ଏକୁଟିଆ ବୁଲୁଥିବା ବେଳେ କୁଣ୍ଡୁ ତାଙ୍କୁ ମନ୍ଦିର ବୁଲାଇବା ବାହାନାରେ ଦୁର୍ବ୍ୟବହାର କରିଥିଲା। ଏନେଇ ପୀଡ଼ିତା ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ କୁଣ୍ଡୁକୁ ଫେବ୍ରୁଆରି ୨୧ ତାରିଖରେ ଗିରଫ କରିଥିଲା।
[ad_2]