ସମର୍ଥକଙ୍କ ସହ ରାତିଭୋଜନ ପରେ ବିଶ୍ରାମ ପାଇଁ ଯାଉଥିବା ବେଳେ ଗୁଳିମାଡ଼ରେ ଟିଏମସି ନେତାଙ୍କ ମୃତ୍ୟୁ – Kalinga News
[ad_1]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ନେତାଙ୍କ ନାମ ବିଜନ ଦାସ ଓ ବୟସ ୪୯ବର୍ଷ ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଟିଏମସି ନେତା ବିଜନ ଦାସ ରବିବାର ରାତିରେ ତାଙ୍କର ସମର୍ଥକଙ୍କ ସହ ବସି ରାତିଭୋଜନ କରିଥିଲେ। ଖାଇ ସାରିବା ସେ କଠୋରିକୁ ଶୋଇବାକୁ ଯାଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ହଠାତ୍ କିଛି ଦୁବୃର୍ତ୍ତ ତାଙ୍କ କଠୋରି ଭିତରକୁ ପଶି ଆସି ନେତାଙ୍କ ଉପରକୁ ଗୁଳିମାଡ କରିଥିଲେ।
ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବରାସତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ପୁଲିସ ଯାଞ୍ଚରୁ ଜଣାପଡ଼ିଛି କି, କିଛିଦିନ ପୂର୍ବରୁ ଟିଏମସି ନେତା ବିଜନଦାସଙ୍କ ଏକ ସ୍ଥାନୀୟ ଜମି ବ୍ୟବସାୟୀ ଗୌତମ ଦାସଙ୍କ ସହ ବିବାଦ ଲାଗିଥିଲା। ଦୁହିଁଙ୍କ ମଧ୍ୟରେ କିଛି ଟଙ୍କା ନେଣଦେଣକୁ ନେଇ ବିବାଦ ଲାଗିଥିବା କୁହାଯାଉଛି।
ଏଥିସହିତ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଝଗଡ଼ା ବି ଏଯାବତ ଚାଲିଥିଲା। ଉପମୁଖିଆ ଭାବେ ବଛାଯିବା ପରଠାରୁ ବିଜନ ଦାସ ବିପକ୍ଷ ନେତାଙ୍କ ଟାର୍ଗେଟରେ ରହିଥିଲେ।
ବିଜନ ଦାସଙ୍କୁ ଗୁଳି ଅତି ନିକଟରୁ ହତ୍ୟା କରାଯାଇଛି। ଏହି ଗୁଳି ତାଙ୍କ ଛାତି ଓ କାନପାଖରେ ବାଜିଥିଲା।
[ad_2]