ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ୫ଲକ୍ଷ ମୁଲଚାଲ ସମୟରେ ମାଡ଼ିବସିଲା ବନବିଭାଗ – Kalinga News

[ad_1]
ତିନି ଅଭିଯୁକ୍ତ ଗିରଫ, ସମସ୍ତେ ନିବାସୀ
କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ବନାଞ୍ଚଳ ଅଧିନସ୍ଥ ବରାଗୁଡା ଗ୍ରାମ ନିକଟସ୍ଥ ଦେଓଡଙ୍ଗରି ଜଙ୍ଗଲ ମଧ୍ୟରେ ଶନିବାର ମାଧ୍ୟାର୍ହ୍ନ ସମୟରେ ବିକ୍ରି କରିବାପାଇଁ ମୁଲଚାଲ ଚାଲିଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଡିଏଫଓ ଙ୍କ ନିର୍ଦେଶରେ ଏକ ତିନିଜନିଆ ଟିମ ଗଠନ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା, ଏକ ହିରୋ ହୁଣ୍ଡା ମୋଟର ସାଇକେଲ ସହ ତିନିଜଣଙ୍କୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ବଜ୍ରକାପ୍ତା ବିକ୍ରି କରାଯାଉଥିବା ଖବର ମିଳିଥିଲା। କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ, ନବରଙ୍ଗପୁର ସହ ବନ ସରଂକ୍ଷକ ମନସୁନ ଖେମୁଡୁ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ଗୋପୀନାଥ ସାହୁ, କୋଡ଼ିଙ୍ଗା ବନପାଳ ପ୍ରଭାତ କୁମାର ବିଶୋଇ, କୁନ୍ଦେଇ ବନପାଳ ହରିହର ବ୍ରହ୍ମା, ବନପାଳ କାମକ୍ଷା ପ୍ରସାଦ ସ୍ୱାଇଁ,ବନରଖି କୋଡ଼ିଙ୍ଗା ଦୀପକ ପ୍ରଧାନ, ବନରଖି ରାଇଘର ଲାଲୁ ବିଶୋଇ, ବନରଖି ରାଇଘର ଭବାନୀ ବିଶୋଇ, ବନରଖି କୋଡ଼ିଙ୍ଗା ରଶ୍ମିତା ତ୍ରିପାଠୀ, ବନରଖି କୋଡ଼ିଙ୍ଗା ଶୁଭାଙ୍ଗିନୀ ନାୟକ, ପାରାଷ୍ଟାଫ ଓ ବନ୍ୟପ୍ରାଣୀ ଷ୍ଟାଫଙ୍କୁ ନେଇ ତିନୋଟି ଟିମ ଗଠନ କରାଯାଇ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡ଼ିବସିଥିଲେ।
ଘଟଣାସ୍ଥଳରୁ ଏକ ଜୀବନ୍ତ ବଜ୍ରକାପ୍ତା (୭ କେଜି ୫୦୦ ଗ୍ରାମ ), ଏକ ମୋଟରସାଇକେଲ ସହ ୩ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ତିନିଜଣ ହେଲେ ମାଧବ ମୁଦୁଲି , ଘାସି ଟାକରି, ତୁଳାରାମ ହରିଜନ ସମସ୍ତେ କୋରାପୁଟ ଜିଲ୍ଲାର ବୋଲି ଜଣାପଡ଼ିଛି।
[ad_2]




