ଅପରାଧ

୨ ନାବାଳକ ସହ ୬ ଚୋର ଗିରଫ; ନଗଦ ଟଙ୍କା, ସୁନା ଜବତ – Kalinga News

[ad_1]

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଲଗାତାର ଦୁଇଟି ଚୋରି ଘଟଣାର ପର୍ଦାଫାସ କରିଛି ମାଲକାନଗିରି ପୁଲିସ। ଦୁଇ ନାବାଳକ ସମେତ ୬ ଜଣ ଚୋରକୁ ଗିରଫ କରିବା ସହ ସୁନା, ଟଂକା ଓ ମୋବାଇଲ ଫୋନ ଜବତ କରିଛି। ୧୧୯ କଲୋନିର କୁମୁଟି ଖରାଙ୍କ ଘରେ ଚଳିତ ମାସ ୧୦ ତାରିଖ ଦିନ ରାତିରେ ଘରେ ପଶି ୩ ଲକ୍ଷ ଟଂକା ନଗଦ ସହ ସୁନା ଅଳଙ୍କାର ଚୋରି କରି ନେଇଥିଲେ।

ସେହିପରି ଗତ ୨୦୨୩ ଡିସମ୍ବର ୯ ତାରିଖ ଦିନ ସ୍ଥାନୀୟ ସତ୍‌ସଂଗ ବିହାରରେ ନଗଦ ଟଂକା ସହ ବିଭିନ୍ନ ଜିନିଷ ଚୋରି କରି ନେଇଥିଲେ। ପୁଲିସ ଏହି ଦୁଇଟି ଘଟଣାର ତଦନ୍ତୁ କରୁଥିଲା। ଚୋରଙ୍କ ସଂପର୍କରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ବସଷ୍ଟାଣ୍ଡ ନିକଟସ୍ଥ ରାଜା ସଗରିଆ(୧୯), ରିକ୍ଲାମେସନ କଲୋନିର ପବନ ନାଗ(୨୧), ୧୧୯ କଲୋନିର ସୁରୋଜ ପାଙ୍ଗି(୧୯), ବୁଟିଗୁଡାର ଆଲ୍ଲାଦିନ ହଂସାରୀ(୩୦) ଏବଂ ଦୁଇ ଜଣ ନାବାଳକକୁ ଗିରଫ କରାଯାଇଥିଲା। ଏମାନଙ୍କୁ ପଚରାଉଚରା କରିବା ପରେ ଏମାନଙ୍କ ଠାରୁ ନଗଦ ୭୫ ହଜାର ଟଂକା, ସୁନାକାନ ଫୁଲ ୨ଟି, ସୁନା ହାର ଗୋଟିଏ, ଦୁଇଟି ମୋବାଇଲ ଫୋନ, ଇନଭେଟର ବ୍ୟାଟେରି, ୨ ଫ୍ୟାନ ଇତ୍ୟାଦି ଜବତ କରିଛି ପୁଲିସ। ମାଲକାନଗିରି ଥାନାରେ ପୂର୍ବରୁ ରାଜା ସଗରିଆ ଏବଂ ପବନ ନାଗଙ୍କ ନାମରେ ଅନେକ କେଶ ରହିଛି। ପୁଲିସ ଏମାନଙ୍କୁ ଦୀର୍ଘ ଦିନ ଧରି ଖୋଜୁଥିଲା। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକମାନଙ୍କୁ ଜୁଭିନାଲ କୋର୍ଟ ପଠାଯାଇଥିବା ଜଣାପଡ଼ିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button