ଅପରାଧ

ବ୍ରଜରାଜନଗରରେ ଜୁଆ ଅଡ୍ଡା ଉପରେ ଚଢ଼ଉ: ୧୫ ଜୁଆଡ଼ିଙ୍କୁ ବାନ୍ଧିଲା ପୁଲିସ – Kalinga News

[ad_1]

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା  ବ୍ରଜରାଜନଗର ଥାନା ଅନ୍ତର୍ଗତ  ଅନ୍ତର୍ଗତ  ମଧୁପୁର ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଅତର୍କିତ ଚଢ଼ଉ କରି ଘଟଣାସ୍ଥଳରୁ ୧୫ ଜୁଆଡ଼ିଙ୍କୁ ଗିରଫ  କରିବାରେ ସଫଳ ହୋଇଛି।  ପୁଲିସ  ନଗଦ ୨ ଲକ୍ଷ ୨୫ ହଜାର ଟଙ୍କା , ୮ଟି କାର, ୧୮ ଟି ବାଇକ  ଓ ୧୮ ମୋବାଇଲ ଫୋନ  ଜବତ କରିଛି। ଜୁଆଖେଳରେ ବ୍ୟବହୃତ  ୫ମୁଠା ତାସ , ଗୋଟିଏ  ଗୋଲେଇ ଟୋକେଇ, ଗୋଟିଏ  ତାରପୋଲିନ ୬ଟି ଘୁଡୁଘୁଡି ପଟି  ଜବତ ହୋଇଥିବା ବ୍ରଜରାଜନଗର ଏସ୍ ଡି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ କିଛି ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ,  ଝାରସୁଗୁଡ଼ା -ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲୁଥିବା ଖବର ବ୍ରଜରାଜନଗର ପୁଲିସ ପାଇବା ପରେ ଅପରାହ୍ନ ୪ ଟାରୁ ସେଠାରେ  ଭିଭିନ୍ନ  ଦଳରେ  ଭାଗ ହୋଇ କିଛି ଦୂରରେ ଅପେକ୍ଷା କରିଥିଲେ। ସେହିପରି  କିଛି ଜୁଆଡ଼ି ଭାବରେ  ସେଠାକୁ ଯାଇଥିଲେ।  ଗାଡ଼ିଗୁଡ଼ିକ ବହୁ ଦୂରରେ ରଖି ଚାଲି ଚାଲି ଯିବାକୁ ପଡ଼ିଥିଲା।  ରାତିରେ  ଜୁଆ ଖେଳ ଆରମ୍ଭ ହେବା ପରେ  ପୁଲିସ  ଏକାଧିକ ଟିମରେ ସେଠାରେ ଚଢ଼ଉ କରି   ୧୫ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ପ୍ରାୟ ୩୦ରୁ ଅଧିକ ଜୁଆଡ଼ି  ଅନ୍ଧାରର ସୁଯୋଗ ନେଇ ଖସିଯିବାରେ  ସଫଳ ହୋଇଥିଲେ ମଧ୍ୟ  ପୁଲିସ ଖୁବ ଶୀଘ୍ର ଧରିବ ବୋଲି ପ୍ରକାଶ କରିଛି।  ଏହି ଜୁଆ  ଖେଳରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ଛତିଶଗଡ଼ର ଯଶପୁରର ଜୁଆଡ଼ିମାନେ ଜୁଆ ଖେଳୁଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button