ଦେଶ- ବିଦେଶ

ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତକୁ ବିଜେପିର ସହଯୋଗୀ ଦଳ ପ୍ରାର୍ଥୀ କରିଛି : ସଂଜୟ ସିଂହ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଗିରଫ ହୋଇ ୬ ମାସ ଜେଲରେ ରହିବାପରେ ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହ ୨ ଦିନ ତଳେ ଜାମିନରେ ଜେଲରୁ ମୁକୁଳିଛନ୍ତି। ତେବେ ଜେଲରୁ ବାହାରିବାପରେ ସଂଜୟ ସିଂହ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଦିଲ୍ଲୀ ମଦ ନୀତି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରେ ବିଜେପି ସହଯୋଗୀ ଦଳ ଟିଡିପି (ତେଲୁଗୁ ଦେଶମ ପାର୍ଟି) ପ୍ରାର୍ଥୀ କରିଛି। ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଙ୍ଗୁତା ଶ୍ରୀନିବାସୁଲୁ ରେଡ୍ଡିଙ୍କ ଫଟୋ ଦେଖାଇଛନ୍ତି। ଶ୍ରୀନିବାସୁଲୁଙ୍କୁ ଟିଡିପି ଅନଗୋଲରୁ ପ୍ରାର୍ଥୀ କରିଛି। ସଂଜୟ ସିଂହ କହିଛନ୍ତି , ମଦ ଦୁର୍ନୀତି ମାମଲାରେ ଯେଉଁ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କରୁଛନ୍ତି । ଶ୍ରୀନିବାସୁଲୁ ରେଡ୍ଡିଙ୍କୁ ଆନ୍ଧ୍ରପ୍ରଦେଶରେ ପ୍ରାର୍ଥୀ କରାଯାଇଛି। ସେ ଭୋଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ବ୍ୟବହାର କରୁଛନ୍ତି ବୋଲି ସିଂହ କହିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ରଖିବାପାଇଁ ବରିଷ୍ଠ ବିଜେପି ନେତୃବୃନ୍ଦ ବଡ଼ ଧରଣର ଷଡ଼ଯନ୍ତ୍ର କରିଛନ୍ତି ବୋଲି ସିଂହ ଅଭିଯୋଗ କରିଛନ୍ତି। ସିଂହ କହିଛନ୍ତି, ମଦ ଦୁର୍ନୀତି ବିଜେପି ଦ୍ବାରା ହୋଇଛି ଏବଂ ବିଜେପିର ବରିଷ୍ଠ ନେତାମାନେ ଏଥିରେ ସମ୍ପୃକ୍ତ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button