ଅପରାଧ

ଘରେ କେହି ନଥିବା ସମୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ, କାଟିଲେ ୧୧ ତାଲା – Kalinga News

[ad_1]

ନୀଳଗିରି:ଘରେ କେହି ନଥିବା ସମୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇ ଚମ୍ପଟ।ସୂଚନା ମୁତାବକ ନୀଳଗିରି ଥାନା ଅଧିନ କଣ୍ଠିଆଟିକର ଗ୍ରାମର ଗୌରହରି ବିଶ୍ବାଳ ୧ ମାସ ହେବ ରାଉଲକେଲାରେ ନିଜ ଝିଅ ପାଖରେ ରହୁଥିଲେ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏହାର ଫାଇଦା ଉଠାଇ, ଘରେ ଲାଗିଥିବା ୧୧ଟି ତାଲା କାଟି ଘରେ ପଶି ଗଡରେଜରେ ଥିବା ୨ଟି ସୁନା ତେନ ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛି।

ଆଜି ସକାଳୁ ଗୌରହରିଙ୍କ ବଡ଼ ଭାଇ ନରହରି ଘର ଖୋଲାଥିବାର ଦେଖି ଘରକୁ ଆସିବା ମାତ୍ରେ ତାଲା କଟାଯାଇଥିବାର ଦେଖିଥିଲେ। ପରେ ସେ ନୀଳଗିରି ଥାନାରେ ଏତଲା କରିବା ପରେ ନୀଳଗିରି ପୁଲିସ ଏକ ଚୋରି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button