ଅପରାଧ

ନବ ବିବାହିତାଙ୍କ ମୃତ୍ୟୁ ଘଟଣାରେ ନଣନ୍ଦ ଓ ଶାଶୁ କୋର୍ଟ ଚାଲାଣ – Kalinga News

[ad_1]

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅର୍ନ୍ତଗତ ଦଲକି ଗ୍ରାମର ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ପୁଣି ଦୁଇଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଛନ୍ତି।

ସୂଚନା ଅନୁଯାୟୀ ଦଲକି ଗ୍ରାମର ବିଏସଏଫ୍ ଯବାନ ଗଣେଶ ମହାନ୍ତଙ୍କ ସ୍ତ୍ରୀ ରିଙ୍କି ମହାନ୍ତ(୨୨)ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଏନେଇ ବାଦାମପାହାଡ଼ ଥାନାରେ ଏକ ମାମଲା ରୁଜୁ କରି ସ୍ୱାମୀ ଗଣେଶ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଆଜି ପୁଣି ମୃତ ନବ ବିବାହିତାଙ୍କ ଶାଶୁ ସାବିତ୍ରୀ ମହାନ୍ତ(୫୨) ଓ ନଣନ୍ଦ ଝରଣା ରାଣୀ ମହାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାଦାମପାହାଡ଼ ଥାନା ଅଧିକାରୀ କାମାକ୍ଷା କମଳେଶ୍ୱର ହେମ୍ବ୍ରମ ସୂଚନା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button