ଅପରାଧ

ନିର୍ବାଚନୀ ସମୟରେ ଫ୍ଲାଇଂ ସ୍କ୍ବାଡ ଧରିଲା ନଗଦ ଟଙ୍କା: ଓଡିଶାରୁ ଛତିଶଗଡ଼ ହେଉଥିଲା ଚାଲାଣ  – Kalinga News

[ad_1]

ମାଲକାନଗିରି: ବିଧାନସଭା ଓ ଲୋକ ସଭା ନିର୍ବାଚନକୁ ନେଇ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଦଳ ଓ ଲୋକଙ୍କ ଗତିବିଧି ଉପରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅନ୍ୟପଟେ ଛତିଶଗଡ଼ରେ ମଧ୍ୟ ଲୋକସଭା ନିର୍ବାଚନକୁ ନେଇ ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଚାଲାଣଗୁଡ଼ା ନିକଟରେ ଫ୍ଲାଇଂ ସ୍କ୍ବାଡର ମାଜିଷ୍ଟ୍ରେଟ ଦାୟୀତ୍ବରେ ଥିବା ସହାୟକ ଜିଲ୍ଲାପାଳ ଅଲେଖ ଭୋଇଙ୍କ ନେତୃତ୍ବରେ ପେଟ୍ରୋଲିଂ ଚାଲୁଥିଲା।

ଏହି ସମୟରେ ଓଡିଶାରୁ ଏକ ସଫାରି (ସିଜି-୧୮-ଏଲ-୫୫୫୦) ମାଲକାନଗିରିରୁ ଛତିଶଗଡ଼ ଯାଉଥିବା ବେଳେ ଯାଞ୍ଚ କରାଯାଇଥିଲା। ଏହି ଗାଡ଼ିରୁ ନଗଦ ୩ ଲକ୍ଷ ୭୦ ହଜାର ଟଂକା ବାହାରିଥିଲା। ଏହି ଟଂକାକୁ ମାଲକାନଗିରିର ଜନୈକ ଡ୍ରାଇଭର ଚିତୁରାମ ଠାକୁର ଏବଂ ଅନ୍ୟଜଣେ ଜଶରାଜ ଭୁତଡା ନେଉଥିବା ପୁଲିସ କହିଛି। ଏମାନେ ମାଲକାନଗିରି ଅଂଚଳର ଜଣେ ବୈବସାୟୀ ବୋଲି ଜଣାପଡିଛି। ନିର୍ବାଚନୀ ସମୟରେ ଏତେ ଟଂକା ନେଇ କୁଆଡେ ଯାଉଥିଲ ବୋଲି ପୁଲିସ ପଚରାଉଚରା କରିବା ପରେ ମଧ୍ୟ ଏମାନେ ଠିକ ଉତ୍ତର ଦେଇପାରିନଥିଲେ। ତେଣୁ ଟଂକା ଜବତ କରାଯିବା ସହ ଏମାନଙ୍କୁ ଅଟକ ରଖାଯଇଥିବା ଜଣାପଡିଛି। ମାଲାକନଗିରି ପୁଲିସ ଏନେଇ ତଦନ୍ତ କରୁଥିବା କୁହାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button