ସାଲିଆସାହିରେ ମିନି ମଦ ଭାଟି ଠାବ: ଜେଲ୍ ଗଲା ପେସାଦାର ସାଇରାମ, ୧୦୫୦ ଲିଟର ମଦ ଜବତ – Kalinga News

[ad_1]
ଚନ୍ଦ୍ରଶେଖରପୁର: ଆଜି ପୁଣି ସାଲିଆସାହିରୁ ଏକ ମିନି ମଦ ଭାଟି ଠାବ କରାଯାଇଛି। ମୈତ୍ରୀବିହାର ଥାନା ପୁଲିସ ନୀଳଚକ୍ରନଗରରେ ଚଢ଼ଉ କରି ଜଣେ ପେସାଦାର ମଦ ବେପାରୀକୁ ଗିରଫ କରିଛି। ସେ ହେଲା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ସାଇରାମ ସୋରେନ୍(୪୩)। ତା’ ଭାଟିରୁ ୧୦୫୦ ଲିଟର ରନ୍ଧା ମଦ ଓ ବିପୁଳ ପୋଚ ଜବତ କରାଯାଇଛି। ସେହିଭଳି ଭାଟିରେ ବ୍ୟବହାର ହେଉଥିବା ୩ ଗ୍ୟାସ୍ ସିଲିଣ୍ଡର, ୩ ଚୁଲା, ୫୦ ବଡ଼ବଡ଼ ଡେକ୍ଚି ଓ ୨୦ରୁ ଅଧିକ ପ୍ଲାଷ୍ଟିକ୍ ରଙ୍ଗ ବାଲ୍ତି ଜବତ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ ସାଇରାମ୍ ପୁରୁଣା ବେପାରୀ। କିନ୍ତୁ ବଡ଼ ଚତୁରତାର ସହ ସେ ମଦ ବେପାର କରୁଥିଲା। ତା’ ଭାଟିରେ ସାଲିଆସାହି ନୀଳଚକ୍ରନଗରର କିଛି ମହିଳା ମଦା ରନ୍ଧା କାର୍ଯ୍ୟରେ ନିୟୋଜିତ ହୋଇଥାଆନ୍ତି। ସେହିଭଳି କିଛି କୁଚିଆ ମଦ ଚାଲାଣ କରିବାକୁ ନିଯୁକ୍ତି ପାଇଛନ୍ତି। ମୟୂରଭଞ୍ଜରୁ ମହୁଲ ପୋଚ ସଂଗ୍ରହ କରି ସେ ରାଜଧାନୀକୁ ଆଣିବା ପରେ ଏଠାରେ ତା’ ମିନି ଭାଟିରେ ପ୍ରସ୍ତୁତ କରୁଥିଲା। ପୁଲିସ ଓ ଅବକାରୀ ବିଭାଗ ନଜରରୁ ବର୍ତ୍ତିବା ଲାଗି ସେ ବସ୍ତିରେ କିଛି ଦଲାଲଙ୍କୁ ମାସିକିଆ ବଟି ଦେଇ ବେପାର ଚଳାଉଥିଲା। ବସ୍ତି ଲୋକଙ୍କ ସୂଚନାନୁସାରେ ସାଇରାମ ସବୁ ବର୍ଗର ଲୋକଙ୍କୁ ମାସିକିଆ ଚାନ୍ଦା ଦେଇ ସୁରୁଖୁରୁରେ ଏହି ବେପାର କରୁଥିଲା। ଅବକାରୀ ବିଭାଗ ଓ ପୁଲିସକୁ କହିଲେ ମଧ୍ୟ ତା’ ଭାଟିରେ ଚଢ଼ଉ ହେଉନଥିଲା। ଏବେ ନିର୍ବାଚନ ମାହୋଲକୁ ନଜରରେ ରଖି ସାଇରାମ ବେପାର ବଢ଼ିବା ଆଶାରେ ମଦ ରନ୍ଧା ଜୋର୍ଦାର ଚଳାଇଥିଲା। କିନ୍ତୁ ଏନେଇ ଥାନା ଅଧିକାରୀଙ୍କୁ କିଛି ବସ୍ତିବାସିନ୍ଦା ଅଭିଯୋଗ କରିବା ପରେ ଗତକାଲି ପୁଲିସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଭାଟିରେ ମଦ ରନ୍ଧା ବନ୍ଦ ଥିବାରୁ କେବଳ ସାଇରାମ ଗିରଫ ହୋଇଛି।
[ad_2]