ବିଜେପିର ପ୍ରଥମ ତାଲିକାରେ ୧୧୨ ପ୍ରାର୍ଥୀ: ୧୭ ବିଧାୟକ ପୁଣି ପ୍ରାର୍ଥୀ ହେଲେ,୨ ବିଧାୟକ କଟିଲେ – Kalinga News

[ad_1]
ଭୁବନେଶ୍ବର: ଦୁଇଟି ପର୍ଯ୍ୟାୟରେ ୨୧ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବିଜେପି ଆଜି ପ୍ରଥମ ଥର ଲାଗି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ଏବେ ୨୧ଜଣ ବିଧାୟକ ଥିବାବେଳେ ଏଥିରୁ ୧୭ଜଣ ବିଧାୟକଙ୍କ ଉପରେ ଦଳ ପୁଣି ଭରସା କରି ପ୍ରାର୍ଥୀ କରିଛି। ଦୁଇ ଜଣ ବିଧାୟକ ଯଥା ମାଲକାନଗିରି ଓ ବ୍ରହ୍ମଗିରି ବିଧାୟକଙ୍କୁ ଦଳ ଏଥର ସୁଯୋଗ ଦେଇନି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବଦଳରେ ତାଙ୍କ ଝିଆରୀ ଉପାସନା ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀଙ୍କ ବଦଳରେ ନରସିଂହ ମାଡ଼କାମୀଙ୍କୁ ଦଳ ଭରସା କରିଛି। କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଥିବା ଏହି ତାଲିକାରେ ୨୦୧୯ରେ ଦଳର ପ୍ରାର୍ଥୀ ହୋଇଥିବା ବହୁ ନେତାଙ୍କୁ ଏଥର ବି ସୁଯୋଗ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ନିକଟରେ ବିଜେପି ଛାଡ଼ି ବିଜେଡିରେ ମିଶିଥିବାରୁ ଏହି ଆସନରେ ବିଜେପି ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିନି। ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କୁ ଦଳ ଟିକେଟ ଦେଇନଥିଲେ ବି ଏଠାରେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିନି। ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ଦଳ ଏଥର ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ କରିଥିବାରୁ ଏହି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ନଜର ଥିଲା। ହେଲେ ପ୍ରଥମ ପର୍ଯ୍ୟାୟରେ ଦଳ ଏହି ସସ୍ପେନ୍ସ ଉପରୁ ପରଦା ହଟାଇନି। ବିଜେପିର ୧୭ଜଣ ବିଧାୟକ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନେ ହେଲେ ତଳସରାରୁ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବୀରମିତ୍ରପୁରରୁ ଶଙ୍କର ଓରାମ, ରେଙ୍ଗାଳିରୁ ନାଉରୀ ନାୟକ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଦେବଗଡ଼ରୁ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କେନ୍ଦୁଝରରୁ ମୋହନ ଚରଣ ମାଝୀ, ଯଶୀପୁରରୁ ଗଣେଶ ରାମସିଂହ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ୍, ଧାମନଗରରୁ ସୂର୍ଯ୍ୟବଂଶୀ ସୁରଜ, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ଭବାନୀପାଟଣାରୁ ପ୍ରଦୀପ୍ତ କୁମାର ନାଏକ, ପୁରୀରୁ ଜୟନ୍ତ କୁମାର ଷଡ଼ଙ୍ଗୀ, ପାରଳାଖେମୁଣ୍ଡିରୁ କେ.ନାରାୟଣ ରାଓ ପ୍ରମୁଖ।
୧୭ ବିଧାୟକ ପୁଣି ପ୍ରାର୍ଥୀ ହେଲେ,୨ ବିଧାୟକ କଟିଲେ
ବିଜେଡିରୁ ଆସିଥିବା ୮ ନେତାଙ୍କୁ ଟିକେଟ, ତାଲିକାରେ ୮ ମହିଳା
ବ୍ରଜରାଜନଗରରୁ ଲଢ଼ିବେ ସୁରେଶ, ବିଶ୍ବେଶ୍ବରଙ୍କୁ ନା
ବିଜେପି ଘୋଷଣା କରିଥିବା ତାଲିକା ଅନୁଯାୟୀ ଏଥର ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶିଶିର ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଏଠାରେ ପ୍ରାର୍ଥୀ ହୋଇଥିବା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଦଳ ଏଥର ହିଞ୍ଜିଳିରୁ ଟିକେଟ ଦେଇନି। ସେହିପରି ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିର ବ୍ୟୋମକେଶ ରାୟଙ୍କ ସହ ଲଢ଼ିବେ। ଜୟନାରାୟଣ ମିଶ୍ରଙ୍କ ବିରୋଧରେ ବିଜେଡିର କିଏ ଲଢ଼ିବେ ସେନେଇ ଏବେବି ଦ୍ବନ୍ଦ୍ବ ଲାଗି ରହିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ୧୧୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୮ଜଣ ମହିଳାଙ୍କୁ ସୁଯୋଗ ଦେଇଛି। ସେମାନେ ହେଲେ ସୁନ୍ଦରଗଡ଼ରେ କୁସୁମ ଟେଟେ, ବଣେଇରେ ସେବତୀ ନାୟକ, ବିଞ୍ଝାରପୁରରେ ବବିତା ମଲ୍ଲିକ, ଧର୍ମଶାଳାରେ ସ୍ମୃତିରେଖା ପହି, ବାଲିଗୁଡ଼ାରେ କଳ୍ପନା କୁମାରୀ କହଁର, ନିମାପଡ଼ାରେ ପ୍ରଭାତୀ ପରିଡ଼ା, ବ୍ରହ୍ମଗିରିରେ ଉପାସନା ମହାପାତ୍ର, ନୟାଗଡ଼ରେ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ। ଏଥିରୁ ୩ଜଣ ଏସ୍ଟି ଏବଂ ଜଣେ ଏସ୍ସି ସଂରକ୍ଷିତ ସିଟ୍ରେ ପ୍ରାର୍ଥୀ ହୋଇଛନ୍ତି। କୁସୁମ, ସେବତୀ, କଳ୍ପନା ଏସ୍ଟି ବର୍ଗର ହୋଇଥିବା ବେଳେ ବବିତା ଏସ୍ସି ବର୍ଗର ଅଛନ୍ତି। ବାକି ୪ ମହିଳା ସାଧାରଣ ବର୍ଗର।
ସେହିପରି ବିଜେଡି ଛାଡ଼ି ବିଜେପି ଆସିଥିବା ନେତାଙ୍କୁ ଦଳ ହାଇକମାଣ୍ଡ ନିରାଶ କରିନାହାନ୍ତି। ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବରେ ଟିକେଟ ଦେଇଛି। କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ଭୁବନେଶ୍ବର ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ସେହି ଆସନରେ ବିଜେପି ଟିକେଟ ଦେଇଛି। ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ନିକଟରେ ବିଜେପିରେ ମିଶିଥିବା ବେଳେ ତାଙ୍କୁ ଦଳ ଦିଗପହଣ୍ଡିରୁ ପ୍ରାର୍ଥୀ କରାଯାଇଛି। ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବେଳେ ତାଙ୍କୁ ଖଲିକୋଟରେ ପ୍ରାର୍ଥୀ କରାଯାଇଛି। ଏହାସହ ବିଜେଡି ଛାଡ଼ି ନିକଟରେ ବିଜେପିରେ ମିଶିଥିବା ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ସୋରୋ, ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ଗୁଣୁପୁରରେ ପ୍ରାର୍ଥୀ କରାଯାଇଛି। ବିଜେଡିରୁ ବିଦା ହୋଇଥିବା ରଘୁରାମ ମାଛ ବିଜେପିରେ ମିଶିବା ପରେ ଦଳ ତାଙ୍କୁ କୋରାପୁଟରେ ପ୍ରାର୍ଥୀ କରିଛି। ନିକଟରେ ବିଜେପିରେ ମିଶିଥିବା ଦୁଷ୍ମନ୍ତ ସ୍ବାଇଁଙ୍କୁ ଖଣ୍ଡପଡ଼ାରେ ବି ଦଳ ସୁଯୋଗ ଦେଇଛି। ଅପରପକ୍ଷେ ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଲୋକସଭା ଟିକେଟ ମିଳିନଥିଲା। ତାଙ୍କୁ ଦଳ ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଏଠାରେ ଗତ ଥରର ପ୍ରାର୍ଥୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବାଦ୍ ଦିଆଯାଇଛି। ହେଲେ ମୟୂରଭଞ୍ଜରୁ ସାଂସଦ ହୋଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କୁ ପ୍ରଥମ ପର୍ଯ୍ୟାୟରେ ସୁଯୋଗ ମିଳିନି।
[ad_2]